କାଲି ସୁଦ୍ଧା ୟୁପିରୁ ଓଡ଼ିଶାକୁ ୩୦୦ ଟ୍ରକ୍ ଆଳୁ ଗାଡ଼ି ଆସିବ। ୩୦୦ ଟ୍ରକ ଆସିବା ନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଆଜି ସୂଚନା ଦେଇଛନ୍ତି। ଆସୁଥିବା ଆଳୁ ଗାଡ଼ି କାଲି ଓଡ଼ିଶାରେ ପହଞ୍ଚିବ ଏବଂ ଆଳୁ ଗାଡ଼ି ପହଞ୍ଚିବା ପରେ ଦର ନିୟନ୍ତ୍ରଣକୁ ଆସିବ ବୋଲି ମନ୍ତ୍ରୀ କହିଛନ୍ତି। ପୂର୍ବରୁ ମନ୍ତ୍ରୀ କହିଥିଲେ ଯେ ନୂଆ ସରକାର ଅନେକ ଯୋଜନା କରୁଛନ୍ତି । ଟିକେ ସମୟ ଲାଗିବ । କିନ୍ତୁ ସମସ୍ୟାର ସମାଧାନ ହୋଇଯିବ । ୫୮ ଟି ଶୀତଳ ଭଣ୍ଡାର ନିର୍ମାଣ କାମ ଆରମ୍ଭ ହେଉଛି, ଟିକେ ସମୟ ଲାଗିବ ବୋଲି କହିଛନ୍ତି ମନ୍ତ୍ରୀ । ପଶ୍ଚିମବଙ୍ଗରୁ ଆଳୁ ପଠାଇବାକୁ ସେଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିଦେବା ପରେ ରାଜ୍ୟରେ ପୁଣି ଆଳୁ ସଙ୍କଟ ସୃଷ୍ଟି ହେବା ଆଶଙ୍କା ଦେଖାଦେଇଥିଲା । ଏହା ପରେ ଆଳୁ ସମସ୍ୟାକୁ ନେଇ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । କେଜି ପିଛା ୩୦ ଟଙ୍କାରେ ଗ୍ରାହକଙ୍କୁ ଆଳୁ ମିଳିବ ବୋଲି ନିଷ୍ପତିହେଇଥିଲା । ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରାଯାଉଛି ବୋଲି ପ୍ରତିକ୍ରିୟା ରଖିଥିଲେ ଯୋଗାଣ ମନ୍ତ୍ରୀ । ସେ କହିଥିଲେ , ଆଳୁ ସମସ୍ୟା ନାହିଁ, କେହି ଚିନ୍ତିତ ହୁଅନ୍ତୁନି, ଉତ୍ତର ପ୍ରଦେଶରୁ ଆଳୁ ଅର୍ଡର ହେଇଛି । ଗ୍ରାହକକୁ ୩୦ ଟଙ୍କାରେ ଆଳୁ ମିଳିବ । ଏହି ସମସ୍ୟା ଆଜିର ନୁହେଁ କହି ପୂର୍ବ ସରକାର ଉପରେ ଦୋଷ ଠେଲିଛନ୍ତି ମନ୍ତ୍ରୀ । Post navigation ନୌସେନା ଦିବସ ପାଳନ ନେଇ ପୁରୀ ଜିଳ୍ଳାପାଳ ଓ ନୌସେନା ଅଧିକାରୀଙ୍କ ସୂଚନା ଡିସେମ୍ବର ୨୦୨୪ ସୁଦ୍ଧା ଆୟୁଷ୍ମାନ ଭାରତ ଯୋଜନା ଓଡିଶା ରେ ହେବ କାର୍ଯ୍ୟକାରୀ