୨୦ ତାରିଖ ଦିନ ମତଦାନ ସରିବା ପରେ ସହନିର୍ବାଚନ ପ୍ରଭାରୀ ଅଶ୍ୱିନୀ ବୈଷ୍ଣବ ନିର୍ଭୟ ପ୍ରତିନିଧି ଙ୍କୁ କହିଥିଲେ ଯେ ଟିକି ନିଖ୍ ବୁଥ୍ ପର୍ଯ୍ୟବେକ୍ଷଣ ପରେ ଏନ୍ଡିଏ ମେଣ୍ଟ ଲଗ୍ଭଗ୍ ୧୬୦ଟି ଆସନ ପାଇ ଆରାମରେ ସରକାର ଗଢ଼ିବ। ସେ ବି ଭାବି ନଥୁବେ ଯେ ଏପ୍ରକାର ସୁନାମି ଆସିବ ମହାରାଷ୍ଟ୍ରରେ ଭାଜପା ସପକ୍ଷରେ। ପୂର୍ବର ସବୁ ରେକର୍ଡ଼ ଭାଙ୍ଗିଛି ଭାଜପା।
ଭୂପେନ୍ଦ୍ର ନିର୍ଭୟକୁ କହିଥିଲେ ଯେ ଲୋକସଭା ନିର୍ବାଚନ ବେଳେ ଯେଉଁ ସମସ୍ୟାକୁ ନେଇ ଜନତା ଭାଜପା ମେଣ୍ଟକୁ ନାପସନ୍ଦ କରିଥିଲେ ବି ଧାନସଭା ନିର୍ବାଚନ ପୂର୍ବ ରୁ ସରିଯାଇଥିଲା । ଉଦ୍ଧବ ଠାକରେ ଓ ଶରଦ ପାଓ୍ବାର ଯେତିକି ଅନୁକମ୍ପା ପାଇବା କଥା ଲୋକସଭା ନିର୍ବାଚନରେ ପାଇଥିଲେ। ଏହା ବିଧାନସଭାରେ ଇଣ୍ଡି ବା ମହାବିକାଶ ଅଘାଡ଼ି ମେଣ୍ଟକୁ ଆଦୌ ଫାଇଦା ଦେବ ନାହିଁ । ଏହା ସତ୍ୟ ପ୍ରମାଣିତ ହୋଇଛି ଫଳାଫଳରୁ। ଭୂପେନ୍ଦ୍ର ଓ ଅଶ୍ବିନୀଙ୍କ ପରିଚାଳନା, ମୋଦୀ ଏବଂ ଯୋଗୀଙ୍କର ଧୂଆଁଧାର ଓ ପ୍ରଭାବୀ ପ୍ରଚାର ଲୋକସଭା ଝଟ୍କାରୁ ଏନ୍ଡିଏ ବା ମହାଜ୍ୟୋତି ମେଣ୍ଟକୁ ବାହାର କରିପାରିଲା। ଏକ ଅଭୂତପୂର୍ବ ବିଜୟ ଲାଭ କଲା ଭାଜପା ମେଣ୍ଟ।
ନଭେମ୍ବର ୧୨ ତାରିଖ ଦିନ ମହାରାଷ୍ଟ୍ର ରେ ଭାଜପାର ନିର୍ବାଚନ ପ୍ରଭାରୀ ଭୂପେନ୍ଦ୍ର ଯାଦବ ‘ନିର୍ଭୟ’କୁ କହିଥିଲେ ଯେ ଜଗନ୍ନାଥଙ୍କ ଅପାର କୃପାରୁ ମହାରାଷ୍ଟ୍ରରେ ବି ବିଜୟଧ୍ୱଜା ଉଡ଼ିବ। କିନ୍ତୁ ମହାପ୍ରଭୁ ଜଗନ୍ନାଥ ଯେ ଏତେ କୃପା କରିବେ ଭୂପେନ୍ଦ୍ର ଅନୁମାନ କରିପାରି ନଥୁବେ। ଏହା ସେ ପରିଚାଳନା ଦାୟିତ୍ବ ନେଇଥିବା ୧୫ଟି ରାଜ୍ୟରେ ଭାଜପାର ବିଜୟଧ୍ଵଜା ଉଡ଼ିଥିଲା। ଓଡ଼ିଶାରେ ମଧ୍ଯ ମଧ୍ୟ ସେ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିଲେ । ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିବା ପୂର୍ବରୁ ସେ ଅନୁମାନ କରିଥିଲେ ଯେ ବିଜେପି ସରକାର ଗଠନ କରିବାକୁ ଯାଉଛି । ସେତେବେଳେ ଅନେକଙ୍କ ପାଇଁ ଏହା ଅକଳ୍ପନୀୟ ଥିଲା | ଏବେ ମହାରାଷ୍ଟ୍ର ବିଜୟ ତାଙ୍କ ପାଇଁ ବିଜୟର ଷୋଡ଼ଶ ରାଜ୍ୟ ହେଲା |