ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ସେହିପରି ୧୪ଟି ରାଜ୍ୟର ୪୮ଟି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି।  ଉତ୍ତର ପ୍ରଦେଶର ୯ଟି ବିଧାନସଭା ଆସନ, ରାଜସ୍ଥାନରେ ୭ଟି ଆସନ, ପଶ୍ଚିମବଙ୍ଗରେ ୬ଟି ଆସନ, ଆସାମର ୫ଟି ଆସନ, ପଞ୍ଜାବ ଏବଂ ବିହାରରେ ୪ଟି ଆସନ, କର୍ଣ୍ଣାଟକରେ ୩ଟି ଆସନ, ମଧ୍ୟ ପ୍ରଦେଶ ଏବଂ କେରଳରେ ଦୁଇଟି ଆସନରେ ଅନୁଷ୍ଠିତ ହୋଇଥିଲା । ଛତିଶଗଡ, ଗୁଜୁରାଟ, ଉତ୍ତର ପ୍ରଦେଶ ଏବଂ ମେଘାଳୟରେ ଗୋଟିଏ ଲେଖାଏଁ ଆସନରେ ଭୋଟିଂ ହୋଇଥିଲା ।

ଦେଶର ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଉତ୍ତର ପ୍ରଦେଶରେ ଏଥର ୯ଟି ଆସନରେ ଉପନିର୍ବାଚନ ହୋଇଛି। ବର୍ତ୍ତମାନର ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶରେ ବିଜେପିକୁ ୭ଟି ଆସନ ମିଳିଛି। ଲୋକସଭା ନିର୍ବାଚନ ବେଳେ ଉତ୍ତର ପ୍ରଦେଶରେ ବିଜେପି ପ୍ରଦର୍ଶନ ଉତ୍ସାହଜନକ ଥିଲା। କିନ୍ତୁ ଏହି ଉପନିର୍ବାଚନରେ ବିଜେପି ପୁଣି ଫର୍ମକୁ ଫେରିଛି। ଏହା ଦଳର ନେତୃତ୍ବକୁ ଆହୁରି ବଜବୁତ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *