ରାଜ୍ୟରେ ଏବେ ଏବେ ଶୀତର ଲହରି ଦେଖିବାକୁ ମିଳୁଛି। ଯେଉଁ କାରଣରୁ ବିଭିନ୍ନ ଜିଲ୍ଲାରେ ସକାଳେ ଓ ସଂଧ୍ୟାରେ କୁହୁଡି ମଧ୍ୟ ନଜର ଆସୁଛି। କିନ୍ତୁ ଆଜି ରାତି, କାଲି ସକାଳ ଓ ରାତିରେ ଅଧିକ ଘନ କୁହୁଡ଼ି ହେବାର ସମ୍ଭାବନା ରହିଥିବାରୁ ୩ ଜିଲ୍ଲାରେ ଘନ କୁହୁଡ଼ି ନେଇ ଆଲର୍ଟ କରିଛି IMD । ୩ଟି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳ । ଏଥି ସହ ଘନ କୁହୁଡ଼ି କାରଣରୁ ରାଜପଥମାନଙ୍କରେ ଦୁର୍ଘଟଣାର ଭୟ ଥିବାରୁ ଏଥିପାଇଁ ପରିବହନ ବିଭାଗ ସଜାଗ ରହିବାକୁ ଏସ୍ଆରସି କହିଛନ୍ତି । ଅନ୍ୟପଟେ ଡିସେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଶୀତ ବଢ଼ିବା ନେଇ ପୂର୍ବାନୁମାନ କରୁଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। Post navigation ଭାରତ-ଅଷ୍ଟ୍ରେଲିଆ ବର୍ଡ଼ର-ଗାଭାସ୍କର ଟେଷ୍ଟ ମ୍ୟାଚର ପ୍ରଥମ ଦିନ; ଭାରତ ୮୩ ରନରେ ଆଗୁଆ ଓଡ଼ିଶା ସରକାରୀ ଅଧିକାରୀଙ୍କୁ ଆଦାନୀ ଲାଞ୍ଚ ଦେଇଥିବା ଅଭିଯୋଗକୁ ଖଣ୍ଡନ କଲା ବିଜେଡ଼ି