ବିବାଦରେ ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ । ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି ଦାସ)ଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାଁରେ ଏତଲା । ଯାଜପୁର ଥାନାରେ ଏତଲା ଦେଇଛନ୍ତି ଜଣେ ହାଟ ବ୍ୟବସାୟୀ । ବିରଜା ହାଟ ପ୍ରସଙ୍ଗକୁ ନେଇ ହଙ୍ଗାମା ପରେ ଭବପ୍ରସାଦ ଦାସଙ୍କ ନାଁରେ ୪ଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି । ହାଟର ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଏତଲା ଦିଆଯାଇଛି । କେବଳ ସେତିକି ନୁହେଁ, ବ୍ୟବସାୟୀଙ୍କ ପରିବା ନଷ୍ଟ କରିବା ସହ ପାଖରେ ଥିବା ନଗଦ ଟଙ୍କା ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଭାବ ଦସଙ୍କ ନାଆରେ ବିଏନଏସ ୧୧୫(୨), ୨୯୬, ୩(୫), ୩୦୩(୨), ୩୨୪(୪) ଆଧାରରେ ମାମଲା ରୁଜୁ କରାଯାଇଛି ।

ସୂଚନା ଯୋଗ୍ୟ; ବିରଜା ହାଟକୁ ନେଇ ସ୍ଥାନାନ୍ତରଣକୁ ନେଇ କିଛି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । ଏହି ସମୟରେ ଯାଜପୁର ଥାନା ବାଲିପଦାର ପରିବା ବ୍ୟବସାୟୀ ମଦନ ନାଏକ ପରିବା ଝୁଡି ଧରି ମାର୍କେଟକୁ ଯାଇଥିଲେ । ଏହି ସମୟରେ ବବି ଦାସଙ୍କ ଭାଇ ଏବଂ ତାଙ୍କର କିଛି ସମର୍ଥକ ବ୍ୟବସାୟୀଙ୍କୁ ଧମକ ଦେଇଥିଲେ । କେବଳ ଏତିକି ନୁହେଁ ତାଙ୍କ ଝୁଡିରେ ରହିଥିବା କିଛି ଟଙ୍କା ମଧ୍ୟ ସେ ଛଡାଇ ନେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି ।

ଭବ ପ୍ରକାଶ ଦାସଙ୍କ ସହିତ ତାଙ୍କ ସହଯୋଗୀ ବଳଭଦ୍ର ଦାସ, ଜଗନ୍ନାଥ ଦାସ, ସାହାଜୁଦ୍ଦିନ, ସେକ୍ ମୁର୍ତ୍ତେଜ, ସନ୍ତୋଷ କୁମାର ମଲ୍ଲିକ, ସୁରେନ୍ଦ୍ର ରଣା, ଅଜିତ ସାହୁ, ସୁବାଶିଷ ରାଉତ, ଦେବୀ ପ୍ରସାଦ ପାଣି, ସୁକାନ୍ତ ପାଣି, ତୁଷାର ରଞ୍ଜନ ବେହେରା, ପାର୍ଥ ସାରର୍ଥୀ ମହାପାତ୍ର, ମାନ ଗୋବିନ୍ଦ ପତି, ରଞ୍ଜନ ସାହୁ, ସୌଭାଗ୍ୟ ରଞ୍ଜନ, ଜନ୍ମେଜୟ କାନୁନଗୋ ଓ ଚିତ୍ତରଂଜନ ସାହୁଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ।

Leave a Reply

Your email address will not be published. Required fields are marked *