ଶକ୍ତିଶାଳୀ ଘୁର୍ଣ୍ଣିବାତ୍ୟା “ଦାନା” ଏବଂ ଓଡ଼ିଶାର ଅନେକ ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୪୧ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି |ପ୍ରାରମ୍ଭିକ ଆକଳନ ଅନୁଯାୟୀ ବାତ୍ୟା ପ୍ରାୟ ୬୦୦କୋଟି ଟଙ୍କାର କ୍ଷୟକ୍ଷତି ଘଟାଇଛି ବୋଲି ରାଜସ୍ୱ ଏବଂ ବିପର୍ଯ୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର କହିଛନ୍ତି ଓ ସମସ୍ତ ବିଭାଗ ଏବଂ ଜିଲ୍ଲା ଦ୍ୱାରା କ୍ଷୟକ୍ଷତିର ତଥ୍ଯ ସଂକଳନ ପରେ, ସାମଗ୍ରିକ କ୍ଷତିର ଆକଳନ କରାଯାଇପାରିବ। ଆଜି ସନ୍ଧ୍ୟା ସୁଦ୍ଧା ଚୂଡ଼ାନ୍ତ ସଂଖ୍ୟା ପ୍ରସ୍ତୁତ ହେବା ଉଚିତ ବୋଲି ପୂଜାରୀ କହିଛନ୍ତି। ରାଜସ୍ୱ ମନ୍ତ୍ରୀ ଆହୁରି ପ୍ରକାଶ କରିଛନ୍ତି ଯେ ଝଡ଼ ‘ଦାନା’ ଓଡ଼ିଶାର ତିନୋଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଉପରେ ସର୍ବାଧିକ ପ୍ରଭାବ ପକାଇଛି। ସେହିଭଳି କଟକ, ଯାଜପୁର, ମଯ଼ୂରଭଞ୍ଜ, ଏବଂ ଜଗତସିଂହପୁରରେ ମଧ୍ୟ ପ୍ରଭାବିତ ହୋଇଛି | ବାତ୍ୟା ଦାନା ରେ, ୧୪ଟି ଜିଲ୍ଲା ର ୧୬୬ଟି ବ୍ଲକ ମଧ୍ଯରୁ ୧୩୧ ପ୍ରଭାବିତ, ବନ୍ୟା ଏବଂ ବାତ୍ୟା ଦ୍ୱାରା ୧୧୬୩୭ଟି ଗ୍ରାମ ପ୍ରଭାବିତ ହେଇଛନ୍ତି | ୨୭ଟି ଘର ସମ୍ପୂର୍ଣ ନଷ୍ଟ ହୋଇଥିବା ବେଳେ ୧୪୬୮୦ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି l ମନ୍ତ୍ରୀ କହିଛନ୍ତି ଯେ ଶକ୍ତି ବିଭାଗର ସର୍ବାଧିକ କ୍ଷତି ହୋଇଛି,ଚୂଡ଼ାନ୍ତ ସଂକଳନ ଶେଷ ହେବା ପରେ ଏହି ରିପୋର୍ଟକୁ କେନ୍ଦ୍ରକୁ ପଠାଯିବ | କେନ୍ଦ୍ରରୁ ପାଣ୍ଠି ପ୍ରଦାନ ପୂର୍ବରୁ ରାଜ୍ଯ ସରକାର ଫସଲ ଏବଂ ବ୍ଯକ୍ତିଗତ କ୍ଷୟକ୍ଷତି ପାଇଁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିବେ। Post navigation ଭିଜିଲାନ୍ସ ଜାଲରେ ଫିରିଙ୍ଗିଆ ବ୍ଲକ କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀ ଆମ୍ବ ଟାକୁଆରୁ ପ୍ରସ୍ତୁତ ଜାଉ ଖାଇ ହୋଇଛି ହେପାଟାଇଟିସ୍: ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ