ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲା ଏବେ ପୁଣି ଥରେ ରାଜନୈତିକ ପଶାପାଲିର ଶିକାର ହେବାକୁ ଯାଉଛି । ନବୀନ ସରକାରଙ୍କ ଅମଳରେ ଯେଉଁ ଫର୍ମୁଲାରେ ବିଜୁ ଜନତା ଦଳ କୋଟିକୋଟି ଟଙ୍କା ଲୁଟି ଥିଲା, କ୍ଷମତା ପରିବର୍ତ୍ତନ ପରେ ଏବେ ଭାରତ ରତୀୟ ଜନତା ନତା ପାର୍ଟି ସେହି ଫର୍ମୁଲା ଧରିଛି । କିନ୍ତୁ ଏଥିପାଇଁ ଘମାଘୋଟ ଆରମ୍ଭ ଛକାପଞ୍ଝା ହୋଇଯାଇଛି ଭାଜପା ଭିତରେ । ନବୀନ ସରକାରଙ୍କ ଅମଳରେ କେନ୍ଦୁଝର ଜିଲାପାଳ ଭାବେ ସର୍ବାଧିକ ସମୟ ଥିଲେ ଆଶିଷ ଠାକରେ। ଏସ୍ପି ଭାବେ ମିତ୍ରଭାନୁ ମହାପାତ୍ର । ଖଣି ଲୁଟ୍ର ଯେଉଁ ଚକ୍ର ବିଜେଡି ତିଆରି କରିଥିଲା, ତାହାର ନେତୃତ୍ୱ ନେଉଥିଲେ ରାଜ ରାଜା ଚକ୍ର ।ଜିଲ୍ଲାପାଳ ଏବଂ ଏସ୍ପିଙ୍କ ସହାୟତାରେ ରାଜା ଚକ୍ର ଏକପ୍ରକାର ସର୍ବେସର୍ବା ହୋଇଗଲେ ଖଣି ବେପାରରେ । ଏହି ବେପାରଟି ମୂଖ୍ୟତଃ ଖଣିଜ ଦ୍ରବ୍ୟ ପରିବହନକୁ ନେଇ। ତେଣୁ ଟ୍ରକ୍ ଓ ଟିପ୍ପର ସଂଘ ଚକ୍ର ଦ୍ଵାରା ନିୟନ୍ତ୍ରିତ ହେଉଥିଲା । ଅନ୍ୟ କାହାକୁ କିଛି କରିବା ପାଇଁ ଏସ୍ପି ସୁଯୋଗ ଦେଉ ନଥିଲେ । ତେଣୁ ଏକ ବୃହତ ଦୁର୍ନୀତି ଚକ୍ର ଭିତରେ ପେଶି ହୋଇଯାଇଥିଲା କେନ୍ଦୁଝର । ଏହି ଚକ୍ରଦ୍ଵାରା ବିଧାୟକ ମୋହନ ମାଝୀ ଯେ କ୍ଷତିଗ୍ରସ୍ତ ହୋଇ ନଥିଲେ ତାହା ନୁହେଁ । ଖଣି ଲୁଟ୍ ବିରୋଧରେ ସର ଉତ୍ତୋଳନ କରିବା କାରଣରୁ ବିଧାୟକ ଥିବାବେଳେ ମୋହନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। କିନ୍ତୁ କ୍ଷମତା ବଦଳିଯିବା ପରେ ସମାନ ବାଟ ଧରିଛି ଭାଜପା । ରାଜା ଚକ୍ର ନାହାନ୍ତି । କିନ୍ତୁ ନୂଆ ରାଜାମାନେ ଆତ୍ମପ୍ରକାଶ କରିଛନ୍ତି। ପରଦା ପଛର ନାୟକ ଭାବେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କାର୍ଯ୍ୟ କରୁଛନ୍ତି । ତେଲକୋଇ ଉପରେ ନଜର ପଡ଼ିଛି ସୁକିନ୍ଦାର। ଖଣି ଅଞ୍ଚଳରେ ବେପାର କରିବାକୁ ଯାଇ ଭାଜପା ଏବେ ଦି’ଫାଳ। ପ୍ରଭୁ ଶ୍ରୀରାମଙ୍କ ନାଁରେ ରାଜନୀତି କରୁଥିବା ଭାଜପା ଜୟ ବଜରଙ୍ଗବାଲି ଟ୍ରକ୍ ଏବଂ ଟିପ୍ପର୍ସ ମାଲିକ ସଂଘ ପ୍ରତିଷ୍ଠା କରିଛି । ସଜବାଜ ଚାଲିଛି ବେପାର ପାଇଁ। ଏହାକୁ ନେଇ ମନ୍ତ୍ରୀ ଓ ବିଧାୟକ ମୂହାଁମୁହିଁ ହୋଇଥିବା ଖବର ଜିଲା ରାଜନୀତିକୁ ସରଗରମ କରିଦେଇଛି। ସବୁଠୁ ମଜାର କଥା ହେଉଛି ଏହା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଜିଲ୍ଲା। ବେପାରର ମୂଳ ଉତ୍ସ ତେଲକୋଇ । ବିଧାୟକ ଅଛନ୍ତି ଭାଜପା ଜପାର ଡ. ଫକୀର ନାୟକ । କିନ୍ତୁ ମନ୍ତ୍ରୀ ଚାହାନ୍ତି ଚାହାନ୍ତି ଖଣି ବେପା ପାରରେ ତ ତାଙ୍କର ଦବଦବା ରହୁ । ମାମଲା ଆସି ଲୋକସେବା ଭବନରେ ପହଞ୍ଚୁଲାଣି। ଏହି ଟଣାଓଟରା ଭିତରେ ଜୟ ବଜରଙ୍ଗବାଲି ଟ୍ରକ ଓ ଟିପ୍ପର୍ସ ମାଲିକ ସଂଘର ବୈଧତାକୁ ନେଇ ହାଇକୋର୍ଟ ହସ୍ତକ୍ଷେପ କଲେଣି । Post navigation ୭୫ ବର୍ଷରେ ହୋଇଥିବା ଅବହେଳା ଓ ବିକାଶର ଅସମାନତାକୁ ଦୂର କରିବା ପାଇଁ ଆମ ସରକାର ବଦ୍ଧପରିକର- ମୁଖ୍ୟମନ୍ତ୍ରୀ ଅପପୃଷ୍ଟି ପ୍ରସଙ୍ଗରେ ବିବୃତି ଦେଇ ନିଜ ବିଫଳତାକୁ ପରିପ୍ରକାଶ କରିଛି ବିଜେଡି : ବିରଞ୍ଚି ନାରାୟଣ ତ୍ରିପାଠୀ