ଗତକାଲି ସୁନ୍ଦରଗଡ଼ ଜିଲ୍ଲା କରମଡିହି ଗୀତାପଡ଼ାରେ ପରକୀୟାରୁ ହୋଇଥିବା ୫ ଜଣଙ୍କୁ ହତ୍ୟା ଘଟଣାରେ ଅନୁଗୁଳ ବଅଁରପାଳରୁ ୧୩ ଜଣଙ୍କୁ ଉଠାଇ ଆଣିଲା ପୋଲିସ । ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ହୋଇଥିଲା ଗଣହତ୍ୟା । ଏହି ମାମଲାରେ ୧୩ ଜଣଙ୍କୁ ସଦର ଥାନା ଆଣି ପୋଲିସ ପଚରାଉଚରା ଜାରି ରଖିଥିବାର ସୂଚନା ମିଳିଛି। ସୂଚନା ଅନୁସାରେ, ଗତ କିଛି ମାସ ଧରି ମହାରାଷ୍ଟ୍ରର ୱାର୍ଦ୍ଧା ଅଞ୍ଚଳର ଏକ ଯାଯାବର ଦଳ ଆସି କରମଡିହି ନିକଟରେ ତମ୍ବୁ ଲଗାଇ ରହି ଆସୁଛନ୍ତି। ସେମାନଙ୍କ ମଧ୍ୟରେ ଥିବା ଅବିନାଶ ପାୱାର ନାମକ ଜଣେ ଯୁବକଙ୍କ ପତ୍ନୀକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗତ କିଛି ଦିନ ହେବ ସଂଘର୍ଷ ଲାଗିରହିଥିଲା । ଗତ ମଙ୍ଗଳବାର ରାତିରେ ସମସ୍ତେ ଶୋଇଥିବା ବେଳେ ହଠାତ୍ କିଛି ଜଣ ଲୋକ ଆସି ଗୋଟିଏ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ। ତିନି ମହିଳାଙ୍କ ସହିତ ପାଞ୍ଚ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଆଉ ୨ ଜଣ ଗୁରୁତର ହୋଇଥିଲେ । ଗୁରୁତର ମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଥିଲା ପୋଲିସ । ତେବେ ଏହା ପରକୀୟା ପ୍ରୀତି କିମ୍ବା ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ହୋଇଥିବା ସନ୍ଦେହ କରାଯାଉଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ସଂଘର୍ଷର କାରଣ ସ୍ପଷ୍ଟ ହୋଇନି। ଅନ୍ୟପଟେ ସଦର ଏସଡିପିଓ ଏବଂ ୫ ଆଇ ଆଇସି, ୪ ପ୍ଲାଟୁନ ପୋଲିସ ଫୋର୍ସକୁ ନେଇ ଟିମ୍ ଗଠନ କରି ହତ୍ୟାକାରୀଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଛି । ସାଇଣ୍ଟିଫିକ,ଫରେନ୍ ସିକ ଟିମ୍ ଓ ଡଗ୍ ସ୍କ୍ବାଡର ତଦନ୍ତ ଜାରି ରହିଛି । ଜଣେ ମହିଳା ଓ ୨ ଶିଶୁ ନିଖୋଜ ଅଭିଯୋଗ ହୋଇଛି । ନିଖୋଜଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଛି ପୋଲିସ ଟିମ୍ । Post navigation ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୁନ୍ନା ଖାଁ ଙ୍କ ବଡ଼ ବୟାନ “ବିଜେଡି ଲିଙ୍କ ରେ ୧୪ ବିଜେପି ବିଧାୟକ ”