ଲିଙ୍ଗରାଜ ମନ୍ଦିର ପରିସରରେ ଫଟୋ ଓ ଭିଡିଓ ଉତ୍ତୋଳନ କରି ବିବାଦରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ମନ୍ଦିର ପ୍ରଶାସନ। ଯାହାର ଫଟୋ ଓ ଭିଡିଓ ଏବେ ଚାରିଆଡ଼େ ଭାଇରାଲ୍ ହେବାକୁ ଲାଗିଛି। ମନ୍ଦିର ଭିତରକୁ ଅନୁମତି ନ ଥାଇ କେମିତି ଫଟୋ ଉଠିଲା ଓ ଭିଡିଓ ସୁଟ୍ ହୋଇଛି ଏବଂ ମନ୍ଦିରରେ ଫଟୋ ଉଠାଇବାକୁ କିଏ ଦେଲା ଅନୁମତି ? ତାକୁ ନେଇ ଚାରିଆଡ଼େ ପ୍ରଶ୍ନ ଉଠିଛି। ଯଦି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଲିଙ୍ଗରାଜ ମନ୍ଦିରର ନିୟମ ଜାଣି ନାହାନ୍ତି କିନ୍ତୁ ତାଙ୍କୁ ମନ୍ଦିର ଭିତରକୁ ନେଇଥିବା ସେବାୟତ ତ ଜାଣିଛନ୍ତି ସେ କିପରି ଭିଡ଼ିଓ ଓ ଫୋଟ ଉଠେଇଲି ।

ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ଭିଡିଓର ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ହେବ ।

ସୂଚନା ଯୋଗ୍ୟ; ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏକ ଜୁଏଲାରୀ ସୋପ୍‌ର ଉଦଘାଟନ କାମରେ ଭୁବନେଶ୍ଵର ଆସିଥିଲେ। ଏହା ପରେ ସୋମବାର ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶିଳ୍ପା ମନ୍ଦିର ପରିସରରେ ଥିବା ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ସହ ଏକ ଭିଡ଼ିଓ ମଧ୍ୟ ଭାଇରାଲ୍ ହେବାକୁ ଲାଗିଛି ଯେଉଁଥିରେ ରାଜୁ ନନା ତାଙ୍କୁ ମନ୍ଦିର ବିଷୟରେ ବୁଝାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ପ୍ରଶ୍ନ ଉଠିଛି ଯେ କେମିତି ଏବଂ କାହା ଅନୁମତିରେ ମନ୍ଦିର ଭିତରେ ଅଭିନେତ୍ରୀଙ୍କ ଫଟୋ ଉଠାଯିବା ସହ ଭିଡିଓ ସୁଟ୍ କରାଗଲା। ଏହା ସହ ସାଧାରଣ ଲୋକଟିଏ ମନ୍ଦିର ଅସିଲେ ମୋବାଇଲ ମନା ଥିବା ବେଳେ ଅଭିନେତା ଅଭିନେତ୍ରୀଙ୍କ ପାଇଁ ଅଲଗା ପ୍ରଶ୍ନ କି ବୋଲି ପ୍ରଶ୍ନ ଉଠିଛି ।

ପୂର୍ବରୁ ଓଲିଉଡ ଅଭିନେତା ଚନ୍ଦନ କରଙ୍କ ସହ ମନ୍ଦିର ଭିତରେ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିଲେ ରାଜୁ ନନା । ଲିଙ୍ଗରାଜ ମନ୍ଦିର ଭିତରକୁ ଯିବା ବେଳେ ସମସ୍ତଙ୍କର ଯାଞ୍ଚ ହୋଇ ଥାଏ କିନ୍ତୁ ସେଲିବ୍ରିଟି ମାନଙ୍କର ହେଉନାହିଁ କାହିଁକି । ନା ସେଲିବ୍ରିଟିଙ୍କ ପାଇଁ ଅଲଗା ନିୟମ । ବାରମ୍ବାର ଏହି ଭଳି ଘଟଣା କିପରି ଘଟୁଛି । ଲିଙ୍ଗରାଜ ମନ୍ଦିରରେ ବାରମ୍ବାର ଏଭଳି ଆଇନର ଉଲ୍ଲଙ୍ଘନ ହେଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି।ମନ୍ଦିର ପ୍ରଶାସନ କାହିଁକି ଚୁପ୍ ରହିଛି ? ଏ ନେଇ ଚାରିଆଡ଼େ ପ୍ରଶ୍ନ ଉଠୁଛି ।

Leave a Reply

Your email address will not be published. Required fields are marked *