ଅମାନିଆଙ୍କୁ ସାବାଡ ପାଇଁ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଏଥିପାଇଁ କମିଶନରେଟ୍ ପୋଲିସ ନୂଆ ଯୋଜନା ପ୍ରଣୟନ କରିବାକୁ ଯାଉଛି । ଏଣିକି ପୋଲିସ୍ ପିନ୍ଧିବେ ବଡି କ୍ୟାମେରା । କୌଣସି ରିପୋର୍ଟ ଲେଖିଲା ବେଳେ କିମ୍ବା ରେଜିଷ୍ଟ୍ରେସନ ମେଣ୍ଟେନ୍ କଲା ବେଳେ ରିସେପସନରେ ବସୁଥିବା ପୋଲିସ୍ ଅଧିକାରୀମାନେ ବଡି କ୍ୟାମେରା ପିନ୍ଧିବେ । ଅମାନିଆାଙ୍କୁ ସାବାଡ୍ କରିବା ପାଇଁ କିଛି ଏମିତି ଯୋଜନା ଆଣିଛି କମିଶନରେଟ ପୋଲିସ୍ । ଏଥିରେ ଥାନାରେ ଉତ୍ପାତ କରୁଥିବା ଲୋକଙ୍କ ଅଡିଓ ଓ ଭିଡିଓ ରେକର୍ଡ ହେବ । କେବଳ ଏତଲାକାରୀ ନୁହେଁ ପୋଲିସର ବ୍ୟବହାର ମଧ୍ୟ ରେକର୍ଡ ହେବ । କ୍ୟାମେରାରେ ଥିବା ସ୍ଵତନ୍ତ୍ର ବଟନ ଦବାଇବା ମାତ୍ରେ ଅଭାବନୀୟ ଘଟଣା ରେକର୍ଡ ହେବ । କ୍ୟାମେରାରେ ଥିବା ସ୍ଵତନ୍ତ୍ର ବଟନ ଚିପିଲେ କ୍ୟାମେରାରେ ରେକର୍ଡ ହେଉଥିବା ସମସ୍ତ ଦୃଶ୍ୟକୁ ଫୋନ୍ ମାଧ୍ୟମରେ ସିପି ଡିସିପି ଓ ଏସିପି ଦେଖି ପାରିବେ । ରେକର୍ଡ ହୋଇଥିବା ଭିଡିଓ ଓ ଅଡିଓ ଆଧାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଏ ନେଇ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ସୂଚନା ମୁତାବକ; ପୂର୍ବରୁ ଥାନାରେ ବିଭିନ୍ନ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଯାହା ଘଟଣାରେ କିଏ ସତ କହୁଛି? ଦୋଷୀ କିଏ? ପୋଲିସର ଭୁଲ୍ ନା ଏତଲାକାରୀଙ୍କର ଭୁଲ? ଏନେଇ ଅନେକ ଥର ପ୍ରଶ୍ନ ସୃଷ୍ଟି ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଏ ଭଳି ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି କମିଶନରେଟ୍ ପୋଲିସ । Post navigation ବିମାନବନ୍ଦରରେ ଦେଖାଯାଇଥିବା ଜନ୍ତୁ ବାଘ ନୁହେଁ ବଣଭୂଆଁ ! ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ