ପଡ଼ିଲା ନିର୍ଭୟ ପ୍ରଭାବ। ଆକ୍ସନ ମୋଡ଼ରେ ସରକାର । ନିଜ ପଦବୀରୁ ହଟିଲେ ଓଡ଼ିଶା ପୋଲିସ ଗୃହ ନିର୍ମାଣ ଓ କଲ୍ଯାଣ ନିଗମ (ଓପିଏଚଡବ୍ଲୁସି )ର ଅଧ୍ଯକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ ବାଲା । ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ୍‍ ତଥା ପୁଲିସ ଆଧୁନୀକୀକରଣ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୁଲିସ ହାଉସିଂ କର୍ପୋରେସନ୍‍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି ।

ସୂଚନଯୋଗ୍ୟ; ୨୯ ସେପ୍ଟେମ୍ବରରେ ରାଜ୍ୟ ସରକାର ରାଜ୍ୟ  ଆଇପିଏସ ଅଧିକାରୀ ସ୍ତରରେ ଏକ ବଡ଼ ଧରଣର ଦଳ କରିଥିଲେ ।  ସନ୍ତୋଷ ବାଲାଙ୍କୁ ଗୃହ ବିଭାଗ ର ସତନ୍ତ୍ର ସଚିବ ଓପିଏଚଡବ୍ଲୁସି ରୁ ଷ୍ଟେଟ କ୍ରାଇମ୍ ରେକର୍ଡ ବ୍ୟୁରୋ ଏବଂ State Forensic Laboratory ର ନିର୍ଦ୍ଦେଶକ ପଦବୀ କୁ ବଦଳି କରିଥିଲେ । ଓଡ଼ିଶା ପୋଲିସ ଗୃହ ନିର୍ମାଣ ଓ କଲ୍ଯାଣ ନିଗମ (ଓପିଏଚଡବ୍ଲୁସି )ର ଅଧ୍ଯକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ ବଦଳି ସତ୍ତ୍ୱେ ସେ ପୁଣି ନିଗମର ଦୈନଦିନ କାର୍ଯ୍ୟ କିପରି ପରିଚାଳନା କରୁଛନ୍ତି ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୁଲିସ ମହା ନିର୍ଦ୍ଦେଶକଙ୍କ ପାଖରେ ଅଭିଯୋଗ କରିଥିଲେ ।

ଯାହାର ପ୍ରସାରଣ ଆମ ନିର୍ଭୟ ପେପର ମାଧ୍ୟମରେ ଖବର ପ୍ରକାଶ କରାଯାଇଥିଲା । ଯାହା ପରେ ଏହାକୁ ଗଭୀର ଭାବେ ନେଇଛନ୍ତି ରାଜ୍ୟ ସରକାର । ନିର୍ଭୟରେ ଖବର ପ୍ରକାଶ ପରେ ହଟିଲେ ସନ୍ତୋଷ ବାଲାଙ୍କୁ ନିଜ ପଦବୀରୁ ହଟାଯାଇଛି। ତାଙ୍କ ସ୍ଥାନରେ ସୌମେନ୍ଦ୍ର ପ୍ରିୟଦର୍ଶୀ ଅତିରିକ୍ତ ଦାୟିତ୍ଵରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *