Portrait an unknown male doctor holding a stethoscope behind

ମାଡ଼ି ଆସୁଛି ବାତ୍ୟା ଦାନା। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପରିସ୍ଥିତି ପାଇଁ ସଜାଗ ରହିଛନ୍ତି। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ସତର୍କତା ଅବଲମ୍ବନ କରିଛି । ବାତ୍ୟା ଯୋଗୁଁ ସବୁ ଡାକ୍ତରଙ୍କ ଛୁଟି ବାତିଲ କଲେ ସରକାର । ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ସମସ୍ତ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତି ସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଛି । ସମସ୍ତଙ୍କ ପାଖରେ କିଭଳି ସ୍ୱାସ୍ଥ୍ୟସେବା ପହଞ୍ଚିବ ସେଥିପ୍ରତି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।

ସେହିପରି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାଇରିଆ ଓ ସର୍ପାଘାତ ଔଷଧ ସବୁ ମେଡିକାଲରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯିବ ସହ ହସ୍ପିଟାଲରେ ୨୪ ଘଣ୍ଟିଆ ପାଓ୍ୱାର ବ୍ୟାକ୍ ଅପ୍ ରଖିବାକୁ କହିଛନ୍ତି । ଆଉ ମଧ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଡାକ୍ତରୀ ଟିମ୍ ପଠାଯାଇ ସେବା ଦିଆଯିବ । ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ଓ ବ୍ଲକସ୍ତରରେ କଣ୍ଟ୍ରୋଲ ରୁମ୍ କରି ମନିଟର କରାଯାଉଛି ।

Leave a Reply

Your email address will not be published. Required fields are marked *