ଶାରଦୀୟ ଦୁର୍ଗା ପୂଜା ପାଇଁ ଚାରିଆଡ଼େ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏହି ସମୟରେ ପାର୍ବଣରେ ଡିଜେ ବଜିବାକୁ ନେଇ ଆଜି କଟକ ସହର ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ଡିଜେ ବଜାଇବାକୁ ଅନୁମତି ଦେଇଛନ୍ତି କିନ୍ତୁ ଡିଜେ ୬୫ ଡେସିବେଲ୍‌ ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଆଗକୁ ପାର୍ବଣ ଆସୁଥିବାରୁ ରାସ୍ତାଘାଟ ମରାମତି ନେଇ ଅସନ୍ତୋଷ ପ୍ରକାଶ କରି ୭ ଦିନ ଭିତରେ ରାସ୍ତାଘାଟ ଚକାଚକ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହିତ ରାସ୍ତା ଉପରେ ତୋରଣ ନିର୍ମାଣ ବାବଦରେ ମଧ୍ୟ ତାଗିଦ କରିବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ନ ହେବ, ଧନଜୀବନ ସୁରକ୍ଷିତ ରହିବ ସେନେଇ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ ।

Leave a Reply

Your email address will not be published. Required fields are marked *