ଚଳିତ ନିର୍ବାଚନରେ ବିଜେଡି ହାରିବାର କାରଣ ନେଇ ବିଭିନ୍ନ ଦଳୀୟ ନେତାଙ୍କ ଭିନ୍ନଭିନ୍ନ ବୟାନ ଏବେ ସାମ୍ନାରେ ଆସିବାକୁ ଲାଗିଛି। ପୂର୍ବରୁ ବରିଷ୍ଠ ନେତା ପ୍ରଦୀପ ମାଝୀ, ଅବିନାଶ ସାମଲ ପରେ ଆଜି କଣ୍ଟାମାଳର ପୂର୍ବତନ ବିଧାୟକ ମହୀଧର ରଣା ଏହାର କାରଣ ସଂପର୍କରେ କହିଛନ୍ତି।

ମହିଧର କହିଛନ୍ତି ଯେ ବିଜେଡି ଦଳ ଭିତରେ ନେତାଙ୍କ ଗୋଡ ଟଣାଟଣି ହିଁ ଏହାର ମୁଖ୍ୟ କାରଣ। ଆମ ନିଜ ନିଜ ଭିତରେ ଆକ୍ରୋଶ ମନୋଭାବ ରହିଲା । ଏଥିସହିତ ନିର୍ବାଚନ ସମୟରେ ତୃଣମୂଳ ସ୍ତରରେ ଥିବା ନେତାମାନଙ୍କୁ ପଚରାଗଲା ନାହିଁ। ଦଳୀୟ ସରପଞ୍ଚ, ଅଧ୍ୟକ୍ଷ, କାଉନସିଲର ଏମାନଙ୍କୁ ଗୁରୁତ୍ବ ଦିଆଗଲା ନାହିଁ। ଫଳରେ ଦଳର ବିପର୍ଯ୍ୟୟ ହେଲା । ଏଥର ଦଳର ନିର୍ବାଚନ ଇସ୍ତାହାର ସେପରି ଆଖିଦୃଶିଆ ନ ଥିଲା। ଦଳରେ ଥିବା ଅନେକ ତ୍ରୁଟି ବିଚୁ୍ୟତି ଦଳୀୟ କନ୍ଦଳକୁ ଆହୁରି ବଢ଼ାଇଲା । ଫଳରେ ଦଳ ହାରିଲା ବୋଲି ସେ ନିଜର ମତ ଦେଇଛନ୍ତି।

 

Leave a Reply

Your email address will not be published. Required fields are marked *