ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲାରେ ଆଉ ତିନି ଜଣ ନିଲମ୍ବିତ ଅଧକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ କୋର୍ଟ। ପୂର୍ବରୁ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ଟେଷ୍ଟ ପାଇଁ ଅନୁମତି ମିଳିସାରିଛି । ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ପରେ ନିଲମ୍ବିତ ଅନ୍ଯ ୩ ମହିଳା ପୋଲିସ କର୍ମଚାରୀଙ୍କର ହେବ ମିଛଧରା ପରୀକ୍ଷା । ଜଣେ ସବ ଇନ୍ସପେକ୍ଟରଙ୍କ ସହ ୨ ଏଏସ୍‌ଆଇଙ୍କ ପଲିଗ୍ରାଫ ଟେଷ୍ଟକୁ ଅନୁମତି ମିଳିଛି । ସେମାନେ ହେଲେ ସବ ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା ଓ ଏଏସ୍‌ଆଇ ସଲିଳାମୟୀ ସାହୁ, ସାଗରିକା ରଥ । ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ SDJM କୋର୍ଟ। କ୍ରାଇମବ୍ରାଞ୍ଚ ଆବେଦନକୁ ମଂଜୁର କଲେ କୋର୍ଟ। ପଲିଗ୍ରାଫ ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। କିନ୍ତୁ ନିଲମ୍ବିତ କନଷ୍ଟେବଲଙ୍କର କୌଣସି ଟେଷ୍ଟ କରାଯିବ ନାହିଁ ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ; ଭୁବନେଶ୍ୱରର ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଆଇଆଇସିଙ୍କ ସମେତ ୫ ପୁଲିସ୍‌ କର୍ମଚାରୀ ନିଲମ୍ବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ୍‌ ଟେଷ୍ଟ ନିମନ୍ତେ ମିଳି ସାରିଛି ଅନୁମତି। ଏବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିମନ୍ତେ ଆଉ ୩ ନିଲମ୍ବିତ ପୁଲିସ୍‌ କର୍ମଚାରୀଙ୍କର ବି ହେବ ପଲିଗ୍ରାଫ ଟେଷ୍ଟ ।

Leave a Reply

Your email address will not be published. Required fields are marked *