ବାଲେଶ୍ୱର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଦଖଲ କଲା ବିଜେପି । ବିଜେଡିର ହାର ପରେ ବିଜେପି ଦଖଲରେ ନୀଳଗିରି ଏନଏସି । ଆଜି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟିଂରେ ପରାସ୍ତ ହୋଇଛନ୍ତି ବିଜେଡିର ଅମ୍ବିକା ଦାସ। ନୀଳଗିରି ଏନଏସି ମୋଟ ୧୩ଜଣ କାଉନସିଲର ଥିବା ବେଳେ ଏହି ଭୋଟିଂରେ ମୋଟ ୧୧ ଜଣ ଉପସ୍ଥିତ ରହିଥିଲେ ।  ୧୧ ଗୋଟି ଭୋଟରୁ ୧୦ଟି ଭୋଟ ସପକ୍ଷରେ ଆସିଥିବା ବେଳେ ଗୋଟିଏ ଭୋଟ ବିପକ୍ଷରେ ଆସିଥିଲା ।

 

ସୂଚନା ମୁତାବକ, ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦାସଙ୍କ ବିରୁଦ୍ଧରେ ଗତ ଜୁଲାଇ ୩୦ ତାରିଖରେ ଏକ ଅନାସ୍ଥା ପ୍ରସ୍ତାବ ଆସିଥିଲା । ଏନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପରେ  ଅଗଷ୍ଟ ୫ ତାରିଖରେ ବିଜେପି ଏବଂ ସମର୍ଥିତ ୧୧ ଜଣ କାଉନସିଲର ବାଲେଶ୍ୱର ଜିଲ୍ଲାପାଳଙ୍କ ଠାରେ ଆବେଦନ କରିଥିଲେ । ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ ଅଗଷ୍ଟ ୧୪ ତାରିଖରେ ଏନଏସି ସଭା ଗୃହରେ ଏକ ବୈଠକର ଆହ୍ୱାନ କରିବା ସହିତ ମତଦାନ କରାଯିବାର ନିର୍ଦ୍ଦେଶନାମା ଦେଇଥିଲେ । ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ, ଅଧକ୍ଷା ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା ।

ମାତ୍ର ଅଗଷ୍ଟ ୧୨ ତାରିଖରେ ଅଧ୍ୟକ୍ଷା ଏହା ବିପକ୍ଷରେ ଓଡିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର କୋର୍ଟ ସେପ୍ଟେମ୍ବର ୫ ତାରିଖରେ ଏହାର ଚୂଡାନ୍ତ ଶୁଣାଣି କରି ନୂତନ ଭାବେ ଅଗ୍ରଗତି କରିବା ପାଇଁ କତୃପକ୍ଷଙ୍କୁ ଅନାସ୍ଥା ସଂକଳ୍ପ ଆଇନ ଅନୁଯାୟୀ ସ୍ୱାଧୀନତା ପ୍ରଦାନ କରାଯାଇଥିଲା । ଉକ୍ତ ଆଦେଶକୁ ପାଳନ କରି ଆଜି ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ପୂର୍ବାହ୍ନ ୧୧ ଟାରୁ ଠାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ପ୍ରସ୍ତାବିତ ସଂକଳ୍ପ ଉପରେ ଆଲୋଚନା କରାଯିବା ସହିତ ୧୨. ୧୦ମିନିଟ ରେ ମତଦାନ ଏବଂ ୧୨. ୩୦ ମିନିଟରେ ଫଳାଫଳ ପ୍ରକାଶ କରାଯାଇଥିଲା।

Leave a Reply

Your email address will not be published. Required fields are marked *