ଆଜି ଦିନିକିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେ ସିଧାସଳଖ ରାଜଭବନକୁ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ବିଶ୍ବଶର୍ମା ଏବଂ ତାଙ୍କ ସହିତ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ କେଉଁ କାରଣରୁ ଆସାମର ମୁଖ୍ୟମନ୍ତ୍ରୀ ଭେଟିଛନ୍ତି ତାହା ଜଣାପଡ଼ିନାହିଁ ।

ଅନ୍ୟପଟେ ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ରହିସରିଛନ୍ତି ଏବଂ ଏବେ ହିମନ୍ତ ବିଶ୍ବଶର୍ମା ଝାଡ଼ଖଣ୍ଡ ପାଇଁ ବିଜେପି ପ୍ରଭାରୀ ଥିବା ବେଳେ ଆଗକୁ ଝାଡ଼ଖଣ୍ଡ ନିର୍ବାଚନ ଥିବାରୁ ଏହି ସାକ୍ଷାତକାରରେ ଭେଟକୁ ନେଇ ଚର୍ଚ୍ଚା ହୋଇଥିବା । କିନ୍ତୁ ବ୍ୟକ୍ତିଗତ କାମରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବାକୁ ଆସିଛନ୍ତି ବୋଲି ବିଶ୍ବଶର୍ମା କହିଛନ୍ତି ।

Leave a Reply

Your email address will not be published. Required fields are marked *