ଲଘୁଚାପ ପ୍ରଭାବରେ ରାଜ୍ୟର ଆଜି ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ପ୍ରବଳ ବର୍ଷା ଯୋଗୁ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ସୂର୍ଯ୍ୟ ମନ୍ଦିର ପରିସରରେ ଜମିରହିଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଏହା ଯୋଗୁ ପର୍ଯ୍ୟଟକମାନେ ଅସୁବିଧାରେ ପଡ଼ିଛନ୍ତି। କେତେକ ପର୍ଯ୍ୟଟକ ପାଣି ଭିତରେ ମଧ୍ୟ ବୁଲୁଥିବାର ଦେଖିବାକୁ ମିଳିଛି। ପାଣି ଘେରରେ କୋଣାର୍କ ମନ୍ଦିର ଥିବା ଯୋଗୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ଦେଖିବାରୁ ବଞ୍ଚିତ ହୋଇଛନ୍ତି  । ଅନ୍ୟପଟେ ବର୍ଷା ପରିସ୍ଥିତିକୁ ଦେଖି ପମ୍ପସେଟ୍ ଲଗାଇ ପାଣି ନିଷ୍କାସନ ପାଇଁ ଉଦ୍ୟମ କରାଯାଉଛି।

ଏଠାରେ ଟିକିଏ ବର୍ଷା ହେବା ମାତ୍ରେ ବର୍ଷା ପାଣି ରହିଯାଉଥିବାର ଅଭିଯୋଗ ସାମ୍ନାକୁ ଆସୁଛି । ତେଣୁ ସଂପର୍କରେ ତୁରନ୍ତ ଜିଲ୍ଲା ପ୍ରଶାସନ ବା ପର୍ଯ୍ୟଟନ ମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିବା ସହ ସୂର୍ଯ୍ୟ ମନ୍ଦିରରୁ କିପରି ବର୍ଷା ପାଣି ନିଷ୍ଚାସନ ହେବ ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *