କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ହାଇକୋର୍ଟଙ୍କ ଝଟ୍‌କା । ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲାରେ ରାଜ୍ୟପାଳଙ୍କ ତଦନ୍ତ ମଞ୍ଜୁରୀକୁ ଚ୍ୟାଲେଞ୍ଜ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଜମି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗର ତଦନ୍ତ ପାଇଁ ମଞ୍ଜୁରୀ ଦେଇଥିଲେ ରାଜ୍ୟପାଳ । ତାଙ୍କ ବିରୋଧରେ ତଦନ୍ତ ପାଇଁ ରାଜ୍ୟପାଳଙ୍କ ମଞ୍ଜୁରୀକୁ ଚ୍ୟାଲେଞ୍ଜ କରିଥିଲେ ମୁଖ୍ୟମନ୍ତ୍ରୀ ।

ସୂଚନା ମୁତାବକ; ମୌସୁର ନିକଟସ୍ଥ କେସାରା ଗ୍ରାମରେ ସିଦ୍ଧରମେୟାଙ୍କ ପତ୍ନୀ ପାର୍ବତୀଙ୍କର ୩ ଏକର ଜମି ଥିଲା। ୨୦୨୧ ମସିହାରେ ମୌସୁର ଅର୍ବାନ ଡେଭଲପମେଣ୍ଟ ଅଥରିଟି ପକ୍ଷରୁ ଏହାକୁ ଅଧିଗ୍ରହଣ କରାଯାଇଥିଲା। ତାଙ୍କୁ ଏହା ପ୍ରତିବଦଳରେ ଦକ୍ଷିଣ ମୌସୁର ଅପକଲ୍ ବିଜୟନଗର ଅଞ୍ଚଳରେ ଅନ୍ୟାନ୍ୟ ପ୍ଲଟ୍ ବଣ୍ଟନ କରାଯାଇଥିଲା। ତେବେ ସିଦ୍ଧରମେୟାଙ୍କ ପତ୍ନୀଙ୍କୁ ମିଳିଥିବା ବିଜୟନଗର ପ୍ଲଟଗୁଡିକର ବଜାର ମୂଲ୍ୟ କେସାରାରେ ଥିବା ମୂଳ ଜମି ତୁଳନାରେ ଯଥେଷ୍ଟ ଅଧିକ ରହିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ଲଟ ଦିଆଯାଇଥିବା ଅଭିଯୋଗ ହେଇଥିଲା।

Leave a Reply

Your email address will not be published. Required fields are marked *