ସୁଭଦ୍ରା ଯୋଜନା ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନରେ ଓଡିଶା ଆସିବାକୁ ଥିବା ବେଳେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ସୁଭଦ୍ରା ଯୋଜନାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମ କିସ୍ତି ଦିଆଯିବ। ଯୋଗ୍ୟ ବିବେଚିତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧ ଟଙ୍କା ପଠାଯାଇଛି । ବ୍ୟାଙ୍କ ଖାତା ସଚଳ ଅଛି ନା ନାହିଁ, ସ୍ବଚ୍ଛତା ଅନୁଧ୍ୟାନ ପାଇଁ ପଠାଯାଇଛି। ୧ ଟଙ୍କା ପଠାଯିବା ପରେ ଏସ୍‌ଏମ୍‌ଏସ୍‌ ଜରିଆରେ ଅବଗତ କରାଯାଉଛି। ଆକାଉଣ୍ଟକୁ ୧ ଟଙ୍କା ପ୍ରଦାନ କରାଯିବା ଏକ ନିରନ୍ତର ପ୍ରକ୍ରିୟା

ତେବେ ଯେଉଁମାନଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇନି, ସେମାନଙ୍କ ଆବେଦନ ବିଚାରାଧୀନ ବୋଲି କୁହାଯାଇଛି । ଆବେଦନ ଫର୍ମ ଯାଞ୍ଚ ପରେ ବ୍ୟାଙ୍କ ଖାତାକୁ ୧ ଟଙ୍କା ପ୍ରଦାନ କରାଯିବ। ଫଳରେ ସୁଭଦ୍ରା ଟଙ୍କା ପ୍ରଦାନ ପ୍ରକ୍ରିୟାର ସ୍ବଚ୍ଛତା ସୁନିଶ୍ଚିତ ହୋଇପାରିବ।

Leave a Reply

Your email address will not be published. Required fields are marked *