ସେପ୍ଟେମ୍ବର ୧୭ ତାରିଖ ଦିନ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମାତିଥିବା ସାଇବର ଠକଙ୍କଠୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ସୁଭଦ୍ରା ଯୋଜନାର ଶୁଭାରମ୍ଭ ପୂର୍ବରୁ ମାତିଲେଣି ସାଇବର ଠକ । ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନା ନେଇ କୌଣସି ଫୋନ୍ କଲ୍ କାହାରି ପାଖକୁ ଯାଉନି । ଯଦି ଆପଣଙ୍କ ମୋବାଇଲକୁ ଲିଙ୍କ ଆସୁଛି ତେବେ ଭାବିଦେବେ ତାହା ସାଇବର ଠକଙ୍କ କାର୍ଯ୍ୟ ହୋଇଥାଇପାରେ । ତେବେ ଏଭଳି ଲିଙ୍କରେ କ୍ଲିକ କରନ୍ତୁ ନାହିଁ କିମ୍ବା କାହାକୁ ଆକାଉଣ୍ଟ ନଂ କିମ୍ବା କୌଣସି ଓଟିପି ଦିଅନ୍ତୁ ନାହିଁ । ଯଦି ଆପଣ କୌଣସି ଲିଙ୍କରେ କ୍ଲିକ କିମ୍ବା ଓଟିପି ଦେଉଛନ୍ତି ତେବେ ଆକାଉଣ୍ଟରୁ କଟି ଯାଇପାରେ ଟଙ୍କା ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଉ ମଧ୍ୟ କହିଛନ୍ତି ସୁଭଦ୍ରା ପାଇଁ ଫର୍ମରେ ଆଦେବନ କରିବା ସହ ଇ-କେୱାସି ଦେଲେ ଟଙ୍କା ସୁନିଶ୍ଚିତ ମିଳିବ । ଡିବିଟି ଜରିଆରେ ସିଧାସଳଖ ଆକାଉଣ୍ଟକୁ ଯିବ ଟଙ୍କା । ଯଦି କୌଣସି ତଥ୍ୟ ଜାଣିବାର ଅଛି ସିଧାସଳଖ ଆମ ସୁଭଦ୍ରା ଯୋଜନାର ହେଲ୍ପଲାଇନ ନମ୍ବର ୧୪୬୭୮ ଯୋଗାଯୋଗ କରିପାରିବେ ।

 

Leave a Reply

Your email address will not be published. Required fields are marked *