ଦ୍ୱିତୀୟ ବିବାହ ନାଁରେ ଏକାଧିକ ମହିଳାଙ୍କୁ ଶୋଷଣ; ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ପୁଣି ଜଣେ ଠାବ ହେଲା ରିସିକିଆ ପ୍ରେମିକ। ଦ୍ୱିତୀୟ ବିବାହ ପାଇଁ ପ୍ରେମ ନିବେଦନ କରି ବିବାହ କରିବା ନାଁରେ ଏକାଧିକ ମହିଳାଙ୍କୁ ଠକୁଥିବା ରିସିକିଆ ପ୍ରେମିକ ବିରଞ୍ଚି ନାରାୟଣ। ଅଭିଯୁକ୍ତ ଜଣକ ଅନୁଗୋଳ ଜିଲ୍ଲା ଛେଣ୍ଡିପଦାର ଅଞ୍ଚଳ ହେଇଥିବା ଜଣାପଡିଛି । ସ୍ୱାମୀ ପରିତ୍ୟକ୍ତା, ମଧ୍ୟ ବୟସ୍କା ଓ ବିଧବାଙ୍କୁ ଜାଲରେ ଫସାଉଥିଲା ମହିଳା ମାନଙ୍କୁ ମନ୍ଦିରରେ ବାହା ହୋଇ ଚିତା କାଟୁଥିଲା ଅଭିଯୁକ୍ତ। ଆଜି ଏପରି ଜଣେ ଧୂର୍ତ୍ତ ଚିତାକଟାକୁ ଧରିଛି ଓଡ଼ିଶା କ୍ରାଇମ ବ୍ରାଞ୍ଚ।

ସୂଚନା ମୁତାବକ; ଅଭିଯୁକ୍ତ ବିରଞ୍ଚି ନାରାୟଣ ନାଥ ନିଜକୁ କେତେବେଳେ ରେଲୱେ କର୍ମଚାରୀ, ଇନକମ ଟ୍ୟାକ୍ସ ଇନସିପେକ୍ଟର, କଷ୍ଟମ୍ସ ଅଫିସର ଓ ସେଣ୍ଟ୍ରାଲ ଏକସାଇଜ ଅଧିକାରୀ କହୁଥିଲା। ଆଉ ଦ୍ୱିତୀୟ ବିବାହ ପାଇଁ ମାଟ୍ରିମୋନି ସାଇଟ୍‌ରେ ନିଜର ବାୟୋଡାଟା ଅପ୍‌ଲୋଡ୍‌ କରୁଥିଲା। ମଧ୍ୟ ବୟସ୍କା ମହିଳା ମାନଙ୍କୁ ଟାର୍ଗେଟ କରୁଥିଲା ବିରଞ୍ଚି । ବିରଞ୍ଚିଙ୍କର ଏପରି ବାୟୋଡାଟା ଦେଖି ଆକର୍ଷିତ ହେଉଥିଲେ ସ୍ୱାମୀ ପରିତ୍ୟକ୍ତା, ମଧ୍ୟ ବୟସ୍କା, ବିଧାବା ଓ ଧନୀ ନିସଙ୍ଗ ଜୀବନ ବିତାଉଥିବା ମହିଳା।

ବିରଞ୍ଚିଙ୍କ ବାୟୋଡାଟା ଦେଖି ମହିଳାମାନେ ତାଙ୍କୁ ଫୋନ୍‌ କରୁଥିଲେ। ଚତୁର ବିରଞ୍ଚି ମିଠା ମିଠା କଥା କହି ସେମାନଙ୍କ ମନ ଜିଣୁଥିଲା। ଆଉ ପରବର୍ତ୍ତୀ ସମୟରେ ମହିଳାଙ୍କ ଘରକୁ ଯାଉଥିଲା। ସେମାନଙ୍କ ସହିତ ସମୟ ଅତିବାହିତ କରୁଥିଲା। ଅନେକ ମହିଳାଙ୍କୁ ମନ୍ଦିରରେ ବିବାହ କରିଥିଲା। ବିବାହ ପରେ ଗୁପ୍ତ କ୍ୟାମେରାରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟ କରୁଥିଲା ଅଭିଯୁକ୍ତ। ଆଉ କିଛି ମହିଳାଙ୍କୁ ଭିଡିଓ କଲରେ ଅଶ୍ଳୀଳ କଥା ହୋଇ ସ୍କ୍ରିନ ସଟ ରଖି ବ୍ଲାକମେଲ କରୁଥିଲା। ସେମାଙ୍କୁ ଟଙ୍କା, ସୁନା ଗହଣା ମାଗୁଥିଲା। ନଦେଲେ ସୋସିଆଲ ମଡ଼ିଆରେ ଭିଡ଼ିଓ ଭାଇରାଲ କରିଦେବା ପାଇଁ ଧମକ ଦେଉଥିଲା। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍‌ ହୋଇଯିବା ଭୟରେ ମହିଳାମାନେ ମୁହଁ ଖୋଲିପାରୁନଥିଲେ।

ତେବେ ଠକାମୀରେ ଶିକାର ହୋଇଥିବା ଦୁଇ ଜଣ ମହିଳା ଏନେଇ କ୍ରାଇମ୍‌ ବ୍ରାଞ୍ଚ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କ୍ରାଇମବ୍ରାଞ୍ଚ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲା। ବାରମ୍ୱାର ଚକ୍‌ମା ଦେଇ ଖସି ଯାଉଥିଲା ବିରଞ୍ଚି। ହେଲେ ଆଜି ମହା ଧୂର୍ତ୍ତକୁ କ୍ରାଇମବ୍ରାଞ୍ଚ ଧରିବାରେ ସଫଳ ହୋଇଛି।

ଗିରଫ ଅଭିଯୁକ୍ତ କେବଳ ଓଡିଶା ନୁହେଁ ରାସଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଷ, ହରିଆଣା ଓ ଦିଲ୍ଲୀରେ ତା ନାଁରେ ମାମଲା ଥିବା ତଦନ୍ତରୁ ଜଣା ପଡିଛି। ଅଭିଯୁକ୍ତ ଠାରୁ ଅନ୍ତରଙ୍ଗ ମୁହୂର୍ତ୍ତ ର ଫୋଟ, ଭିଡ଼ିଓ, ଫେକ ଆଇଡିକାର୍ଡ ଜବତ କରିଛି କ୍ରାଇମବ୍ରାଞ୍ଚ।

ଅନ୍ୟପଟେ ମିଳିଥିବା ସୂଚନା ଅନୁସାରେ ଏହା ଅଭିଯୁକ୍ତ ବିରଞ୍ଚି ନାରାୟଣ ନାଥର ପ୍ରଥମ ଠକେଇ ନୁହେଁ ଏହା ପୂର୍ବରୁ ଅଭିଯୁକ୍ତ ବିରଞ୍ଚିକୁ ନୟାପଲ୍ଲୀ ପୋଲିସ ମାଟ୍ରିମୋନି ସାଇଟ୍‌ରେ ଫେକ୍‌ ଆଇଡି ଖୋଲି ମହିଳାଙ୍କୁ ଶୋଷଣ କରୁଥିବା ଅଭିଯୋଗରେ ଗିରଫ କରିଥିଲା।

 

Leave a Reply

Your email address will not be published. Required fields are marked *