ପୂର୍ବ ସରକାର ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ୫-ଟି ଅଧୀନରେ ଥିବା ସରକାରୀ ଡିଜିଟାଲ ହାଇସ୍କୁଲ ଆରମ୍ଭ କରିଥିଲେ । ଏବେ ନୂଆ ସରକାର ଆସିବା ପରେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ ଖର୍ଚ୍ଚର ଖୋଳତାଡ଼ ଆରମ୍ଭ ହୋଇଛି। ଆଜି ବିଧାନସଭା ଗୃହରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ୫-ଟି ଅଧୀନରେ ଥିବା ୬ ହଜାର ୫୬୪ଟି ସରକାରୀ ଉଚ୍ଚବିଦ୍ୟାଳୟ (ହାଇସ୍କୁଲ)ର ରୂପାନ୍ତରୀକରଣରେ ଖର୍ଚ୍ଚ ହୋଇଛି ୩ ହଜାର ୮୭ କୋଟି ୩୫ ଲକ୍ଷ ଟଙ୍କା । ଏହି ସବୁର ତଦନ୍ତ କରାଯିବ ଏହା ପରେ ଦୁର୍ନୀତି ନଜରକୁ ଆସିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। Post navigation ସନ୍ଦୀପ ଘୋଷଙ୍କ ଆଗତ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ କଂଗ୍ରେସରେ ମିଶିଲେ ଆପ୍ ବିଧାୟକ ରାଜେନ୍ଦ୍ର ପାଲ ଗୌତମ