Railways deploy extra coaches across 37 trains

ଓଡ଼ିଶାର ୨ ରେଳଲାଇନ୍‌କୁ ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ୍‌। ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନକୁ କ୍ୟାବିନେଟ୍‌ ମଞ୍ଜୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିକୁ ବୁଧବାର ଏହାକୁ ଅନୁମୋଦନ ମିଳିଛି। ୧୩୮କିମି ବରଗଡ଼ ନୂଆପଡ଼ା ରେଳ ଲାଇନ୍‌ରେ ଖର୍ଚ୍ଚ ହେବ ୨୯୬୨ କୋଟି ଟଙ୍କା। ଏହି ଲାଇନ୍‌ ହେଲେ ବରଗଡ଼ରୁ ରାୟପୁରକୁ ଯୋଗାଯୋଗ ସହଜ ହେବ। ସୁନ୍ଦରଗଡ଼ର ସରଡେଗାରୁ ଛତିଶଗଡ଼ ଭାଲୁମୁରା ୩୭କିମି ରେଳଲାଇନ୍‌ ପାଇଁ ଖର୍ଚ୍ଚ ହେବ ୧୩୬୦ କୋଟି ଟଙ୍କା। ଏ ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ସୂଚନା ଅନୁସାରେ, ପଦ୍ମପୁର ଉପନିର୍ବାଚନ ସମୟରେ ବରଗଡ଼-ନୂଆପଡ଼ା ରେଳ ଲାଇନକୁ ନେଇ ପ୍ରସଙ୍ଗ ଉଠିଥିଲା । କିଛିଦିନ ପୂର୍ବରୁ ସଡ଼କ ଓ ପରିବନ ମନ୍ତ୍ରୀ ଟୁକୁନି ସାହୁ ପଦ୍ମପୁର ଦେଇ ବରଗଡ଼-ନୂଆପଡ଼ା ରେଳ ଲାଇନ ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ।

Leave a Reply

Your email address will not be published. Required fields are marked *