ରାଜ୍ୟରେ ମାପ ଏବଂ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି କିଛି ବ୍ୟବସାୟୀ । ଆଜି ବିଧାନସଭାର ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତ୍ତରରେ କହିଛନ୍ତି ବର୍ଷକରେ ୨ ହଜାର ୮ ଶହ ୪୬ ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି । ଯାଞ୍ଚ ବେଳେ ୩୭୦ଟି ପେଟ୍ରୋଲ ପମ୍ପରେ ମାପରେ ଗଫଲତି ଜଣାପଡ଼ିଛି । ୨୧୮୧ ବ୍ୟବସାୟୀ କମ୍ପ୍ୟୁଟର ଓଜନରେ ଠକୁଥିବା ଜଣାପଡିଛି । ୧୦୧ ଜଣ ବ୍ୟବସାୟୀ ବଟକରା ଓ ୯୫ ଜଣ ପଳାରେ ଠକୁଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *