ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା । ଯେଉଁଥିରେ ଚାଷୀଙ୍କୁ ମିଳିବ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା । ଆଜି ବିଧାନସଭାରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ କୃଷିମନ୍ତ୍ରୀ କେଭି ସିଂଦେଓ ଉତ୍ତର ଦେଇ କହିଛନ୍ତି ନୂଆଁଖାଇରେ ରାଜ୍ୟରେ ଲାଗୁ ହେବାକୁଥିବା ସିଏମ୍‌‌ କିଷାନ ଯୋଜନା ଦ୍ବାରା ରାଜ୍ୟରେ ଥିବା ଚାଷୀମାନେ ବହୁତ ଉପକୃତ ହେବ । ଏହି ଯୋଜନାରେ ବର୍ଷକୁ ଦୁଇଟି କିସ୍ତି ନୂଆଁଖାଇ ଓ ଅକ୍ଷୟ ତୃତୀୟାରେ ମିଳିବ ଦୁଇ ହଜାର ଲେଖାଏଁ ୪ହଜାର କିଷାନ ଟଙ୍କା। ସେହିପରି ସିଏମ୍‌‌ କିଷାନ ଯୋଜନାରେ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨ହଜାର ୫ଶହ ଟଙ୍କା। ତେବେ ନୂତନ ଭାବରେ ପଞ୍ଜୀକୃତ ହେବା ପାଇଁ ଚାଷୀମାନେ ସିଏମ୍ କିଷାନ ଅଭିଯୋଗ ପୋର୍ଟାଲରେ ମାଧ୍ୟମରେ ଆବେଦନ କରିପାରିବେ । ଯୋଗ୍ୟତା ଥାଇ ପିଏମ୍ କିଷାନ ଯୋଜନାରୁ ବାଦ୍‌ ଚାଷୀଙ୍କୁ ସାମିଲ କରାଯିବ ବ୍ୟବସ୍ଥା ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *