ଠକେଇ ଅଭିଯୋଗ ପରେ ବିଜେଡିରୁ ଜିଲ୍ଲା ପରିଷଦ ସଭ୍ୟା ବିଦା । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ମାଝୀଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବହିଷ୍କାର କରାଯାଇଥିବା ସୂଚନା। ଏନେଇ ଦଳ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଜନବିରୋଧୀ କାର୍ଯ୍ୟ ଯୋଗୁ ସସ୍ମିତା ମାଝୀଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପ୍ରେସ୍ ରିଲିଜରେ ଉଲ୍ଲେଖ କରାଯାଇଛି। ଗତକାଲି ସସ୍ମିତାଙ୍କ ନାଁରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ ସାମ୍ନାକୁ ଆସିବାପରେ ବିଜେଡିରୁ ବହିଷ୍କାର କରାଯାଇଛି।

ସୂଚନଯୋଗ୍ୟ;ଚାକିରି ଦେବା ନାଁରେ ନିଜକୁ ବରିଷ୍ଠ ଆଇଏଏସ ଅଫିସର ସୁଜାତା କାର୍ତିକେୟନ ପାଣ୍ଡିଆନ୍ ଭାଇ ବା ଭି କେ ପାଣ୍ଡିଆନଙ୍କ ଶଳାର ପରିଚୟ ଦେଇ କୋଟି କୋଟି ଟଙ୍କା ଠକି ନେଲେ ଜଣେ ନକଲି ଓଏଏସ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ସମେତ ବିଜେଡିର ମାଥୁଲି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ଓ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ସାଂସଦ ପ୍ରତିନିଧି ଜୀବନ ସାହୁ। ଏନେଇ ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ମାଥ୍‌ଲି ପୁଲିସ ରମେଶ ଚନ୍ଦ୍ର ରାଉତଙ୍କୁ ଭୁବନେଶ୍ବରରୁ ଗିରଫ କରିଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ଓ ଜୀବନ ସାହୁ ଫେରାର ରହିଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *