ଭୁବନେଶ୍ବର ଏୟାରପୋର୍ଟରୁ ଜବତ ହେଲା ବିପୁଳ ପରିମାଣର ସୁନା ଓ ରୁପା । ଦୁଇଟି କଣ୍ଟେନରରେ ସୁନା-ରୁପା ଯାଉଥିବା ବେଳେ ଖବର ପାଇ ମାଡି ବସିଲା ସିଟି ଜିଏସଟି ବିଭାଗ ।ମୁମ୍ବାଇରୁ ଭୁବନେଶ୍ବରକୁ ଚାଲାଣ ବେଳେ ଭୁବନେଶ୍ବର ଏୟାରପୋର୍ଟରୁ ଚଢ଼ାଉ କରି ବହୁ ପରିମାଣର ସୁନା-ରୁପା ଜବତ ସହ ୪ଜଣଙ୍କୁ ଅଟକ ରଖିଛି ସିଜିଏସଟି। ଜବତ ହୋଇଥିବା ଦୁଇଟି କଣ୍ଟେନରରେ ମଧ୍ୟରୁ  ଗୋଟିକର ପାଖାପାଖି ୮୦ କେଜି ସୁନା ଓ ଅନ୍ୟ କଣ୍ଟେନରରେ  ଦେଢ କ୍ବିଣ୍ଟାଲ ରୂପା ଜବତ ହୋଇଥିବା ସୂଚନା ରହିଛି । ତେବେ ଏତେ ପରିମାଣର ସୁନା, ରୁପା କାହାର ସ୍ପଷ୍ଟ ହୋଇପାରି ନାହିଁ । ବିମାନ ଯୋଗେ ଏତେ ପରିମାଣର ସୁନା ଓ ରୁପା ଭୁବନେଶ୍ବରକୁ କାହିଁକି ଆସୁଥିଲା ତାହା ତଦନ୍ତ ଆରମ୍ଭ କରିଛି ଉଭୟ ପୋଲିସ ଓ ସିଟି ଜିଏସଟି ବିଭାଗ । ତେବେ ଜବତ ହୋଇଥିବା ସୁନା ଓ ରୂପାର ଆନୁମାନିକ ମୂଲ୍ୟ ୩୦ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *