କୋଲକାତା ଆରଜି କର ମେଡିକାଲ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଘାଣ୍ଟୁଛି ସିବିଆଇ। ସେହି ଘଟଣାର ତଦନ୍ତ ବେଳେ ଆର୍ଥିକ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ଏବେ ସିବିଆଇ ସ୍କାନରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ। ତାଙ୍କ ଘରେ ଆଜି ରେଡ୍ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) । ସନ୍ଦୀପ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ସିବିଆଇ ଚଢ଼ଉ କରିଛି। ଦୁର୍ନୀତି ଅଭିଯୋଗରେ କୋଲକାତାର ୧୫ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ଶ୍ରୀ ଘୋଷଙ୍କ କାର୍ଯ୍ୟକାଳ ସମୟରେ ବ୍ୟାପକ ଦୁର୍ନୀତି ହୋଇଥିବା ପରେ ସିବିଆଇ ରେଡ କରି ମାରାଥନ ଜେରା କରୁଛି।

Leave a Reply

Your email address will not be published. Required fields are marked *