ଆଜିଠୁ ଛତିଶଗଡ଼ର ରାୟପୁରରେ ଆୟୋଜିତ ହେଉଛି ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ଶାସନ ସଚିବ ଏବଂ ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ।ନକ୍ସଲ ଦମନ ଅଭିଯାନକୁ ଅଧିକ ଫୋକସ କରୁଛି ମୋଦି ୩.୦ ସରକାର । ଏହି ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅପରାହ୍ନ ସାଢ଼େ ୨ଟାରେ ନକ୍ସଲ ପ୍ରଭାବିତ ଅଞ୍ଚଳର ସୁରକ୍ଷା ଓ ବିକାଶ ସମ୍ପର୍କିତ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର, ଝାଡଖଣ୍ଡ, କେରଳ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତେଲେଙ୍ଗାନା ଯୋଗଦେବେ । ରାଜ୍ୟରେ କେମିତି ଏହି ମାଓ ଉପଦ୍ରବ କମିବ ଏବଂ ଏଥିରେ ନିୟନ୍ତ୍ରଣ କରାଯିବ ସେ ରଣନୀତିରେ ବି ବ୍ୟାପକ ବିଚାର ବିମର୍ଶ ହେଉଛି ।

ସୂଚନଯୋଗ୍ୟ; ସମଗ୍ର ଦେଶରେ ୨୦୧୩ରେ ୧୦ ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ ଅଧ୍ୟୁଷିତ ଥିବା ବେଳେ ୨୦୨୩ ଏପ୍ରିଲ ସୁଦ୍ଧା ଏହା ଖସି ଆସି ୩୮ ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *