3 DRG jawans injured in IED blast in Chhattisgarh

ଆଜିଠୁ ଛତିଶଗଡ଼ର ରାୟପୁରରେ ଆୟୋଜିତ ହେଉଛି ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ଶାସନ ସଚିବ ଏବଂ ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ।ନକ୍ସଲ ଦମନ ଅଭିଯାନକୁ ଅଧିକ ଫୋକସ କରୁଛି ମୋଦି ୩.୦ ସରକାର । ଏହି ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅପରାହ୍ନ ସାଢ଼େ ୨ଟାରେ ନକ୍ସଲ ପ୍ରଭାବିତ ଅଞ୍ଚଳର ସୁରକ୍ଷା ଓ ବିକାଶ ସମ୍ପର୍କିତ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର, ଝାଡଖଣ୍ଡ, କେରଳ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତେଲେଙ୍ଗାନା ଯୋଗଦେବେ । ରାଜ୍ୟରେ କେମିତି ଏହି ମାଓ ଉପଦ୍ରବ କମିବ ଏବଂ ଏଥିରେ ନିୟନ୍ତ୍ରଣ କରାଯିବ ସେ ରଣନୀତିରେ ବି ବ୍ୟାପକ ବିଚାର ବିମର୍ଶ ହେଉଛି ।

ସୂଚନଯୋଗ୍ୟ; ସମଗ୍ର ଦେଶରେ ୨୦୧୩ରେ ୧୦ ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ ଅଧ୍ୟୁଷିତ ଥିବା ବେଳେ ୨୦୨୩ ଏପ୍ରିଲ ସୁଦ୍ଧା ଏହା ଖସି ଆସି ୩୮ ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *