ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ରାଜ୍ୟ ସଡ଼କ ଏବଂ ପରିବହନ ନିଗମ(ଓଏସଆରଟିସି)ର ମୁଖ୍ୟ ଆକାଉଣ୍ଟସ୍ ଅଫିସର୍ ବିଜୟ କୁମାର ମଙ୍ଗରାଜଙ୍କୁ ଗିରଫ କଲା ଭିଜିଲାନ୍ସ । ୧୯୯୧ ରୁ ଚାକିରୀ କରିଥିବା ବିଜୟ କୁମାର ମଙ୍ଗରାଜ ୨୦୨୫ ରେ ଚାକିରୀରୁ ଅବସର ନେବାକୁ ଥିବାବେଳେ ଏବେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ଗତକାଲି ଓଏସଆରଟିସିର ବିତ୍ତୀୟ ପରାମର୍ଶଦାତା ତଥା ମୁଖ୍ୟ ଆକାଉଣ୍ଟସ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଘର ଓ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟ କୁମାର ମଙ୍ଗରାଜଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଥିଲା।

Leave a Reply

Your email address will not be published. Required fields are marked *