ରାଜ୍ୟରୁ ଆଳୁ ସଙ୍କଟ ସମ୍ପୂର୍ଣ୍ଣ ଦୂର ହୋଇପାରୁନଥିବା ବେଳେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ପଶ୍ଚିମବଙ୍ଗ ଉପରେ ନିର୍ଭର କରିହେବନି । ଯେଉଁଠୁ ସୁବିଧା ହେବ ସେଠାରୁ ଆଳୁ ଆସିବ । ୫ ଦିନ ଭିତରେ ୨ଟି ଆଳୁ ଭର୍ତ୍ତି ଟ୍ରେନ୍ ଉତ୍ତର ପ୍ରଦେଶରୁ ଓଡ଼ିଶା ପହଞ୍ଚିବ । ସେହି ଟ୍ରେନରେ ପାଖାପାଖି ୪୮ ହଜାର କ୍ବିଣ୍ଟାଲ ଆଳୁ ଆସିବ ।

ସେ ଆଉ ମଧ୍ୟ କହିଛନ୍ତି ସମ୍ବଲପୁରରେ ଆଳୁ ଦର ୨୬ ଟଙ୍କା, ରାଜଧାନୀରେ ୩୦ରୁ ୩୫ ଟଙ୍କା। ଚଢା ଦରରେ ଆଳୁ ବିକିଲେ ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଯେଉଁମାନେ ବ୍ୟାପକ ପରିମାଣରେ ବେଆଇନ ଭାବେ ଆଳୁ ମହଜୁଦ ରଖିଛନ୍ତି ସେମାନଙ୍କ ଉପରେ ଚଢ଼ାଉ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave a Reply

Your email address will not be published. Required fields are marked *