ଖଣି ଉପରେ ରୟାଲଟି ଆଦାୟ ଅଧିକାରକୁ ନେଇ ଆଜି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ରାୟ ଅନୁସାରେ ଖଣି ବହୁଳ ରାଜ୍ଯଗୁଡିକ ବିଭିନ୍ନ ଖଣି କମ୍ପାନିଙ୍କଠାରୁ ବକେୟା ରୟାଲଟି ଆଦାୟ । ଏପରିକି ବିଗତ ୧ ଏପ୍ରିଲ ୨୦୦୫ରୁ ରାଜ୍ଯମାନେ ଲେଭି ଲାଗୁ କରିପାରିବେ। ତେବେ ବକେୟା ରାଶି ଉପରେ ରାଜ୍ୟ ସରକାର ଜରିମାନା କିମ୍ବା ସୁଧ ଲାଗୁ କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୯ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗର ଶୁଣାଣି କରି କହିଛନ୍ତି, ଖଣିଜ ଅଞ୍ଚଳରେ ରୟାଲଟି ଧାର୍ଯ୍ୟ କରିବାକୁ ରାଜ୍ୟ ସରକାରମାନଙ୍କର ଉଭୟ ସାମର୍ଥ୍ୟ ଏବଂ କ୍ଷମତା ରହିଛି। ଉତ୍ତୋଳିତ ଖଣିଜ ପଦାର୍ଥ ଉପରେ ଲାଗୁ ହୋଇଥିବା ରୟାଲଟିକୁ ଟିକସ ଭାବେ ଗ୍ରହଣ କରାଯିବ ନାହିଁ।

ଗତମାସରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଖଣିସମୃଦ୍ଧ ଇଲାକାରୁ ରୟାଲଟି ଆଦାୟ କରିବା ରାଜ୍ଯ ସରକାରଙ୍କ ଅଧିକାର ରହିଛି ବୋଲି କହିଥିଲା । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ୯ ଜଣିଆ ଖଣ୍ଡ ପୀଠ ଏହି ମାମଲା ଉପରେ ରାୟ ପ୍ରଦାନ କରିଥିଲେ। ୮ ଜଣ ବିଚାରପତି ରୟାଲ୍ଟି ଆଦାୟ ସପକ୍ଷରେ ଯାଇ ଥିବାବେଳେ ଜଷ୍ଟିସ ବିଭି ନାଗାରତ୍ନ ବିପକ୍ଷରେ ମତ ଦେଇଥିଲେ।

Leave a Reply

Your email address will not be published. Required fields are marked *