ଗଂଜେଇ ମାଫିଆଙ୍କ ସହ ଲିଙ୍କ୍‌ ଅଭିଯୋଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କାଲି ମାଛକୁଣ୍ଡ ଓ ଲମତାପୁଟ ଥାନାରେ ରେଡ୍ କରିଥିଲା ପୋଲିସ। ଏହି ଘଟଣାରେ ମାଛକୁଣ୍ଡ ଓ ଲମତାପୁଟ ଥାନାର ୭ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ୩ ଜଣ ଏସ୍‌ଆଇ, ୨ ଜଣ ଏପିଏଫ୍‌, ୨ କନ୍‌ଷ୍ଟେବଳ ନିଲମ୍ବିତ ହୋଇଛନ୍ତି। ୨ ଜଣ ତାଲିମ ନେଉଥିବା ଏସ୍‌ଆଇଙ୍କ ପ୍ରତି ବି କାର୍ଯ୍ୟାନୁଷ୍ଠାନ ହେବ। ସଂପୃକ୍ତ ୨ ଜଣ ହୋମଗାର୍ଡଙ୍କୁ ଚାକିରିରୁ ବିଦା କରାଯାଇଥିବା ସୂଚନା ମିଳିଛି। କାର୍ଯ୍ୟାନୁଷ୍ଠାନ ନେଇ କୋରାପୁଟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗଂଜେଇ ମାଫିଆ ଓ ଜବତ ଗାଡ଼ିକୁ ଛାଡ଼ିବା ଅଭିଯୋଗରେ ନିଲମ୍ବନ କରାଯାଇଛି।

Leave a Reply

Your email address will not be published. Required fields are marked *