ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ପୁରୁଷ ହକି ଟିମ୍ ଆଜି ଭାରତ ଫେରିଛନ୍ତି। ଭାରତରେ ପହଞ୍ଚିବା ପରେ ହକି ଦଳର ସଦସ୍ୟଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏମାନଙ୍କୁ ସ୍ବାଗତ କରିବା ପାଇଁ ହଜାର ହଜାର ଲୋକ ବିମାନବନ୍ଦରରେ ପହଞ୍ଚିଥିଲେ। ଖେଳାଳିଙ୍କ ସୁରକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଟୋକିଓ ଅଲିମ୍ପିକ୍ସ ପରେ ପ୍ୟାରିସ ଅଲିମ୍ପିକ୍ସରେ ବି ଭାରତକୁ ପଦକ ଦେଇଛି ହକି ଦଳ। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ସ୍ପେନକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିଲା।

Leave a Reply

Your email address will not be published. Required fields are marked *