ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ। ରୌପ୍ୟ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ନୀରଜ ଚୋପ୍ରାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂ । ଫୋନ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନୀରଜ ଚୋପ୍ରାଙ୍କ ସହ କଥା ହୋଇ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ସେ କହିଛନ୍ତି ଆପଣ ପୁଣି ଥରେ ଦେଶର ନାମ ଉଜ୍ଜ୍ବଳ କରିଛନ୍ତି । ଦେଶବାସୀ ଆପଣଙ୍କ ଖେଳ ଦେଖୁଥିଲେ। ଆପଣଙ୍କ ସିଲଭର୍‌, ଆମ ପାଇଁ ଗୋଲ୍‌ଡ । ଦେଶବାସୀଙ୍କ ଆଶା ଥିଲା ଆପଣ ନିଶ୍ଚୟ ସ୍ବର୍ଣ୍ଣ ପଦକ ଜିତିବେ। କିନ୍ତୁ ଖେଳ ସମୟରେ ଆପଣ ଆହତ ହୋଇଥିଲେ ତଥାପି ନିଜର ଚେଷ୍ଟା ଓ ନିଷ୍ଠାପର ପାଇଁ ଆପଣ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।

 

ନୀରଜ ନିଜ ପ୍ରତିକ୍ରିୟାରେ ମୋଦୀଙ୍କୁ କହିଥିଲେ, ‘ମୁଁ ଯେମିତି ଚାହିଁଥିଲି ସେମିତି ଖେଳି ପାରିଲି ନାହିଁ। କାରଣ ପ୍ରତିଯୋଗିତା ବହୁତ ଟପ ଥିଲା। ତଥାପି ମୁଁ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ବହୁତ୍ ଚେଷ୍ଟା କରିଥିଲି କିନ୍ତୁ ପରିଲିନାହି ।

Leave a Reply

Your email address will not be published. Required fields are marked *