ବାଂଲାଦେଶରେ ଦେଖାଦେଇଥିବା ହିଂସାକୁ ନେଇ ହାଇ ଆଲର୍ଟରେ ରହିଛି ଓଡ଼ିଶା। ସୀମାରେଖା ଦେଇ ଅନୁପ୍ରବେଶକାରୀ ରାଜ୍ୟକୁ ପଶିଆସିବାର ସମ୍ଭାବନା ରହିଥିବାରୁ ହାଇ ଆଲର୍ଟ ଜାରି କରିଛନ୍ତି କେନ୍ଦ୍ର ସରକାର। ଏହାସହ ବାଂଲାଦେଶ ସୀମା ସମସ୍ତ ଜଳପଥ ଓ ସ୍ଥଳପଥ ଉପରେ ଓଡ଼ିଶା ପୋଲିସ କଡ଼ା ନଜର ରଖାଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଓଡ଼ିଶାରେ ବାଂଲାଦେଶୀଙ୍କ ପ୍ରତି ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଜିଡି ଅରୁଣ ଷଡଙ୍ଗୀ । ସେ କହିଛନ୍ତି ବାଂଲାଦେଶରେ ଜେଲ୍ ଭାଙ୍ଗି ଅସ୍ତ୍ରଶସ୍ତ୍ର ସହିତ ଫେରାର୍ ଦୁର୍ଦ୍ଦାନ୍ତ ଅପରାଧୀମାନେ ସମୁଦ୍ରପଥରେ ଓଡ଼ିଶା ଆସିବାର ଆଶଙ୍କା କରାଯାଉଛି। ସେଥିପାଇଁ ସବୁ ସାମୁଦ୍ରିକ ଥାନାକୁ ଅଧିକ ଷ୍ଟାଫ୍ ଓ ସହେଯାଗ ଯୋଗାଇ ଦିଆଯାଇଛି । କୂଳକୁ ଆସୁଥିବା ସମସ୍ତ ବୋଟ୍ ଓ ଟ୍ରଲରରେ ଆସୁଥିବା ବ୍ୟକ୍ତିଙ୍କ ଗତିବିଧି ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି, କଡା ନଜର ରଖାଯାଇଛି । ପାଟ୍ରୋଲିଂ ବଢାଇବାକୁ ୧୮ଟି ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡାକୁ ବିଶେଷ ଭାବେ ଆଲର୍ଟ କରାଯାଉଛି । ସମୁଦ୍ରରେ ୫ ନଟିକାଲ ମାିଲ ପର୍ଯ୍ୟନ୍ତ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *