ଉପରମୁଣ୍ଡରେ ବର୍ଷା କମିଥିବାରୁ ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ ବନ୍ଦ ହୋଇଛି । ଦୁଇଟି ଗେଟ୍ ବନ୍ଦ ହେବା ପରେ ବର୍ତ୍ତମାନ ୮ଟି ଗେଟ୍‌ ଦେଇ ପ୍ରବାହିତ ହେଉଛି ବନ୍ୟାଜଳ।

ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ୪ଟି ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଥିଲା । ପରେ ଜଳଭଣ୍ଡାରର ଆଉ ୨ଟି ଗେଟ୍ ବନ୍ଦ ହୋଇଥିବା ବେଳେ ଏବେ ଆଉ ୨ ବନ୍ଦ ହୋଇଛି । ସେଥିପାଇଁ ଜଳସ୍ତର ଆସ୍ତେ ଆସ୍ତେ କମିବାରେ ଲାଗିଛି ।

ଅନ୍ୟପଟେ ରାଜ୍ଯରେ ଲାଗିରହିଛି ପ୍ରବଳ ବର୍ଷା । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୧୦ ଫୁଟ । ପ୍ରତି ସେକେଣ୍ଡରେ ୨ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଅଢେଇ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

Leave a Reply

Your email address will not be published. Required fields are marked *