ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ୩ ସେପ୍ଟେମ୍ବରରେ ହେବ ଉପନିର୍ବାଚନ । ଏଥିପାଇଁ ୧୪ ଅଗଷ୍ଟରେ ପ୍ରକାଶ ପାଇବ ବିଜ୍ଞପ୍ତି । ରାଜ୍ୟସଭାରେ ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ । ସେଥିମଧ୍ୟରୁ ଓଡିଶାରେ ରହିଛି ଗୋଟିଏ ଆସନ । ମମତାଙ୍କ ଇସ୍ତଫା ପରେ ଖାଲିପଡିଥିଲା ଗୋଟିଏ ଆସନ । ଆଶାୟୀ ପ୍ରାର୍ଥୀମାନେ ୨୧ଅଗଷ୍ଟରେ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିବେ ଓ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ୩ ସେପ୍ଟେମ୍ବର ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ସେହି ଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯିବ। ଏବଂ ୬ ତାରିଖରେ ଫଳାଫଳ ଘୋଷଣା କରାଯିବ ।

ଅନ୍ୟପଟେ ଓଡ଼ିଶା ବିଜେପି ସରକାର ଖାଲିପଡ଼ିଥିବା ଆସନରେ ରାଜ୍ୟସଭାକୁ କାହାକୁ ପଠାଇବ ସେ ନେଇ ସ୍ପଷ୍ଟ କରିନାହିଁ।

Leave a Reply

Your email address will not be published. Required fields are marked *