ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ମେଡାଲ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ସୁଟର ମନୁ ଭାକର। ସେ ବୁଧବାର ସକାଳେ ଭାରତ ଫେରିଛନ୍ତି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମନୁଙ୍କ ସହ ତାଙ୍କ ପ୍ରଶିକ୍ଷକ ଜସପାଲ ରଣା ମଧ୍ୟ ଉପସ୍ଥିତ ଥିଲେ।

ହରିୟାଣାର ଝଜ୍ଜରରେ ରହୁଥିବା ମନୁ ମହିଳା ଇଂଡିଭିଜୁଆଲ ୧୦ ମିଟର ଏୟାର ପିସ୍ତଲ ଏବଂ ମିକ୍ସଡ ଇଭେଣ୍ଟରେ ସରବଜୋତ ସିଂହଙ୍କ ସହ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି । ଦେଶକୁ ଫେରିବା ପରେ ମନୁ କହିଛନ୍ତି, ମୁଁ ବହୁତ ଖୁସି ଯେ ମୋତେ ଏତେ ଭଲ ପାଇବା ମିଳୁଛି ।

Leave a Reply

Your email address will not be published. Required fields are marked *