ଗତକାଲି କ୍ୱାର୍ଟର ଫାଇନାଲ ମ୍ୟାଚରେ ଉତ୍ତମ ପ୍ରଦର୍ଶନ ପରେ ସେମିଫାଇନାଲକୁ ପ୍ରବେଶ କରିଥିଲା ଭାରତୀୟ ପୁରୁଷ ହକି ଟିମ। ହେଲେ ଏହା ମଧ୍ୟରେ ଟିମ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା। ପ୍ୟାରିସ ଅଲିମ୍ପିକ୍ସର ଗୋଟିଏ ମ୍ୟାଚରୁ ବ୍ୟାନ ହେଲେ ଅମିତ ରୋହିହାସ । ତେଣୁ ଜର୍ମାନୀ ସହ ଥିବା ସେମି ଫାଇନାଲ ମ୍ୟାଚ ସେ ଖେଳିପାରିବେ ନାହିଁ । ଗତକାଲି ହୋଇଥିବା ବ୍ରିଟେନ ବିପକ୍ଷ ମ୍ୟାଚରେ ରେଡ୍ କାର୍ଡ ପାଇଥିବାରୁ ତାଙ୍କୁ ସେମି ଫାଇନାଲ ମ୍ୟାଚରୁ ବ୍ୟାନ କରାଯାଇଛି ।

ଅମିତ ଭାରତୀୟ ହିକ ଟିମର ଡିଫେଣ୍ଡର । ତେଣୁ ସେ ଗୁରୁତ୍ୱପୂର୍ଣ୍ଣ ସେମି ଫାଇନାଲ ମ୍ୟାଚରୁ ବାଦ ପଡିବାରୁ ଭାରତ ପାଇଁ ଚିନ୍ତା ବଢିଛି । ତେବେ ଏହି ନିଷ୍ପତ୍ତି ବିରୋଧରେ FIHରେ ହକି ଇଣ୍ଡିଆ ଆବେଦନ କରିଛି । ତେବେ ଅମିତ ରୋହିଦାସଙ୍କୁ ଦିଆଯାଇଥିବା ରେଡ କାର୍ଡ ନେଇ ଆପତ୍ତି ଉଠାଇଛି ଟିମ ଇଣ୍ଡିଆ।

ସୁଟଆଉଟ୍ ସମୟରେ ହିଁ ଗୋଲ୍ ପୋଷ୍ଟ ପଛରେ ଗୋଲକିପରଙ୍କୁ କୋଚିଂ ଦିଆଯାଇଥିଲା। ସେହି ସମୟରେ ଜଣେ ଗୋଲ୍ କିପର ଭିଡିଓ ଟାବଲେଟର ବ୍ୟବହାର କରିଥିଲେ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *