କଟକ ଏସସିବି ମେଡିକାଲରେ ବ୍ୟଙ୍ଗ ଚିତ୍ରଶିଳ୍ପୀ ଜ୍ଞାନ ରଥ(୬୨)ଙ୍କ ରବିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ସେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଏସସିବି ଟ୍ରମା କେୟାର ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ପରଲୋକ ହୋଇଥିଲା। ତାଙ୍କ ବିୟୋଗରେ ବିବିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡା ହୋଇଥିବା ବେଳେ ସେ କଟକ ଜିଲ୍ଲା ଗୋପପୁରଠାରେ ରହୁଥିଲେ। ସେ ଦୈନିକ ଖବରକାଗଜ ‘ସମ୍ବାଦ’, ‘ଧରିତ୍ରୀ’ ଓ ‘ଅନୁପମ ଭାରତ’ ଭଳି ଖବରକାଗଜରେ ବ୍ୟଙ୍ଗ ଚିତ୍ରଶିଳ୍ପୀ ଭାବେ କାର୍ଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *