୨୦୨୦ ମସିହାରେ ବିଜେଡି ସମର୍ଥନରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ମମତା ମହନ୍ତ ଆଜି ସାଂସଦ ପଦ ଓ ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା ଦେଇଥିବା ରାଜ୍ୟସଭା ଅଧ୍ୟକ୍ଷଙ୍କ ସୂଚନା ଦେଇଛନ୍ତି । ହେଲେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇନଥିବା ବେଳେ ଅଧାରୁ ଇସ୍ତଫା ଦେଇଥିବାରୁ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ବିଜେଡି ଦଳରୁ ମଧ୍ୟ ଇସ୍ତଫା ଦେଇଥିବା ସୁଚନା ମିଳିଛି ।

ବିଜେଡିରୁ ଇସ୍ତଫା ଦେଇଥିବା ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି  ମୁଁ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି । ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ଇସ୍ତଫା ପତ୍ର ପଠାଇ ଦେଇଛି । ମୋତେ ଜିଲ୍ଲା ପରିଷଦର ସଦସ୍ୟ ଓ ରାଜ୍ୟସଭାର ସଦସ୍ୟ ଭାବେ ସେ ମନୋନୀତ କରି ମୋର ଜିଲ୍ଲା ମୟୂରଭଞ୍ଜ ଓ ରାଜ୍ୟର ସେବା କରିବା ପାଇଁ ସୁଯୋଗ ଦେଇଥିଲେ ।

ଆଉ ଏକ ପୋଷ୍ଟରେ ସେ ଲେଖିଛନ୍ତି, ଆଜି ମୋର ସେବାର ଆବଶ୍ୟକତା ସେ ଦଳ ଅନୁଭବ କରୁନାହିଁ। ମୁଁ ଯେହେତୁ ଲୋକଙ୍କ ନେତା। ତେଣୁ ସେମାନଙ୍କ ସେବା ହିଁ ମୋର ମୁଖ୍ୟ ଧ୍ୟେୟ। ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲିନାହିଁ। ସେଥିପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଓ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଲି ବୋଲି ମମତା ଲେଖିଛନ୍ତି।

ସୂଚନା ମୁତାବକ କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ଥିଲେ ମମତା ମହାନ୍ତ ।ମମତା ମହନ୍ତ ୨୦୧୨ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ । ସେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୨୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳ ପାଇଁ ତାଙ୍କର କୁଦୁମୀ ଆଦିବାସୀ ସମ୍ପ୍ରଦାୟର ଭୋଟ୍ ସଂଗ୍ରହର ମୂଳଭାର ଗ୍ରହଣ କରିଥିଲେ । ତାଙ୍କର କାର୍ଯ୍ୟକାଳ ୨୦୨୬ ଏପ୍ରିଲରେ ସରିଥାନ୍ତା । କିନ୍ତୁ କାର୍ଯ୍ୟକାଳ ଶେଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *