ମଙ୍ଗଳବାର ଭୋରରୁ ଝାଡ଼ଖଣ୍ଡର ରାଜଖରସୁଆଁରେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାଯାଇଛି। ଏ ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଚକ୍ରଧରପୁର ଡିଭିଜନ୍‌ର ରାଜଖରସୁଆଁରୁ ୭ କିମି ଦୂରରେ ଥିବା ବାରାବମ୍ବୋ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଟ୍ରେନ୍‌ର ୧୮ଟି ବଗି ଟ୍ରାକ୍‌ରୁ ଖସି ଯାଇଥିବା ଜଣାଯାଇଛି। ତାହା ମଧ୍ୟରେ ୧୬ଟି ଯାତ୍ରୀ ବଗି, ଗୋଟିଏ ପ୍ୟାଣ୍ଟ୍ରି କାର୍ ଓ ପାୱାର କାର୍ ରହିଛି। ରାଉରକେଲା, ଝାରସୁଗୁଡା, ଚକ୍ରଧରପୁର, ଟାଟାନଗର ପାଇଁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି। ରାଉରକେଲା ପାଇଁ୦୬୬୧-୨୫୦୧୦୭୨/୨୫୦୦୨୪୪/୨୫୦୦୨୪୪/୨୫୦୦୧୯୧/୨୫୦୦୧୭୧ନମ୍ବର ରହିଥିବା ବେଳେ ଝାରସୁଗୁଡା ପାଇଁ ହେଲ୍ପଲାଇନ ନମ୍ବର ୦୬୬୪୫-୨୭୨୫୩୦ ରହିଛି । ସେହିପରି ଚକ୍ରଧରପୁର ପାଇଁ ୭୨୭୭୦,୦୬୫୮୭-୨୩୮୦୭୨, ଟାଟାନଗର ପାଇଁ ୦୬୫୭-୨୨୯୦୩୨୪ ରହିଛି ।

Leave a Reply

Your email address will not be published. Required fields are marked *