ଝାରସୁଗୁଡ଼ା ଲଖନପୁର ବ୍ଲକରେ ଏମସିଏଲ କୋଇଲା ଖଣି ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା । ପୂର୍ବତନ ସରପଞ୍ଚଙ୍କ ସହ ୪ ଜଣଙ୍କୁ ଗିରଫ କଲା ପୋଲିସ ।ଏମସିଏଲ ଜିଏମ୍‌ଙ୍କୁ ଝାରସୁଗୁଡ଼ା ଲଖନପୁର ବ୍ଲକ ସରଣ୍ଡାମାଲର ବିଜେଡ଼ି ନେତ୍ରୀ ପାର୍ବତୀ ବେହେରା ଜୋତାମାଳ ପିନ୍ଧାଇ ମାଡ଼ ମାରିବା ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ବନହରପାଲି ଥାନାର ଦ୍ବାରସ୍ଥ ହୋଇଥିଲେ ଖଣି ଅଧିକାରୀ । ଏତଲା ଭିତ୍ତିରେ ପୋଲିସ ଘଟଣାର ତଦନ୍ତ କରିବା ସହ, ମାଡ଼ ମାରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ।

ସୂଚନଯୋଗ୍ୟ ଗତକାଲି ଏମସିଏଲ ଲଖନପୁର କାର୍ଯ୍ୟାଳୟରେ ପରିବେଶ ସମ୍ପର୍କିତ ବୈଠକ ବସିବାକୁ ଥିଲା । ବିଜେଡ଼ି ନେତ୍ରୀ ପାର୍ବତୀ ବେହେରା ଜେନାରାଲ ମ୍ୟାନେଜରଙ୍କ ପ୍ରକୋଷ୍ଠରେ ପଶି ଜିଏମ ସଞ୍ଜୟ ଝାଙ୍କୁ ମାଡ଼ ମାରିଥିଲେ । ଏହି ଘଟଣାର ଭିଡିଓ କରିବାକୁ ମଧ୍ୟ ସହଯୋଗୀଙ୍କୁ କହିଥିଲେ । ମାଡ଼ ମାରିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ପାଇ ବନହରପାଲି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ପରେ ୪ ଜଣଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *