ଆଜିଠୁ ମୋହନ ସରକାରଙ୍କ ଆରମ୍ଭ ହେବ ପ୍ରଥମ ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ । ପୂର୍ବାହ୍ଣ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ବିଧାନସଭା ଚାଲିବ। ଆସନ୍ତା ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବାକୁ ଥିବାବେଳେ ୨୫ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ କରାଯିବ। ଅର୍ଥ ବିଭାଗ ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଥିବାରୁ ସେ ଗୃହରେ ବଜେଟ ଉପସ୍ଥାପନ କରିବେ।

ଏଥର ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସ୍ଥାପିତ ହେବେ । ବିଧାନସଭାର ମୋଟ ୧୪୭ ଆସନରୁ ବିଜେପିର ୭୮ ଜଣ ବିଧାୟକ, ବିଜେଡିର ୫୧ ଜଣ ଓ କଂଗ୍ରେସର ୧୪ ଜଣ ବିଧାୟକ ରହିଛନ୍ତି । ଦୀର୍ଘ ୨୪ ବର୍ଷର ସରକାର ପରେ ନୂଆ ସରକାର କେମିତି କେମିତି କାର୍ଯ୍ୟ କରିବ, କେଉଁ ସବୁ ସମସ୍ୟା ଉପରେ ଅଧିବେଶନରେ ଆଲୋଚନା ହେବ ତାହାକୁ ନେଇ ସାଧାରଣ ଜନତା ମଧ୍ୟ ଏଥର ବେଶ୍ ଉତ୍ସାହିତ ଥିବା ଜଣା ପଡିଛନ୍ତି ।

ତେବେ ଗୃହକୁ ଶାନ୍ତିଶୃଙ୍ଖଳାରେ ଚଳାଇବା ପାଇଁ ରବିବାର ପୂର୍ବାହ୍ଣ ସାଢେ ୧୧ଟାରେ ବିଧାନସଭା ସମ୍ମିଳନୀ କକ୍ଷରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି।

ଅନ୍ୟପଟେ ବିଧାନସଭା ଅଧୂବେଶନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ତେବେ ବିଧାନସଭା ବଜେଟ୍ ଅଧୂବେଶନ ପାଇଁ ମୋଟ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି ।

Leave a Reply

Your email address will not be published. Required fields are marked *