ଆଡ଼ପ ମଣ୍ଡପ ପହଣ୍ଡି ବିଜେ ଅଘଟଣରେ ଦୁଃଖ ପ୍ରକାଶ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ସେ କହିଛନ୍ତି ଘଟଣାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ । ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଏଭଳି ଘଟଣା ଇତିହାସରେ କେବେ ଆମେ ଓଡ଼ିଶାବାସୀ ଦେଖି ନଥିଲୁ ।

ସେ ଆଉ ମଧ୍ୟ କହିଛନ୍ତି ଏତେ ଲୋକ ଚଢ଼ିଲେ କେମିତି ଓ କାହିଁକି ଚଢ଼ିଲେ ଏସବୁ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ରଥରେ କେଉଁମାନେ ଚଢ଼ିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଅଛି କିନ୍ତୁ କାହିଁକି ଏହା କାର୍ଯ୍ୟକାରୀ ହେଲାନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଏହିସବୁ ପ୍ରଶାସନ ଧ୍ୟାନ ଦେବା ଉଚିତ୍ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *