ପୁଣି ଅଡ଼ୁଆରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ପୂର୍ବତନ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ନାଁରେ ଏତଲା । କ୍ୟାପିଟାଲ ଥାନାରେ ଏତଲା ଦେଲେ ହାଇକୋର୍ଟ ଆଇନଜୀବୀ ସତ୍ୟ ଶିବ ସୁନ୍ଦର ମହାନ୍ତି । ସରକାରୀ ବାସଭବନରେ ଅନୁମତି ନନେଇ ନିର୍ମାଣ କରିଥିବା ଅଭିଯୋଗ କରିଛନ୍ତି ଶିବସୁନ୍ଦର। ଏହାସହ ସରକାରୀ ଜାଗାରେ ନିର୍ମାଣ କାର୍ଯ୍ୟ ପାଇଁ ସେ ପ୍ରଶାସନଠାରୁ ଅନୁମତି ନେଇନଥିଲେ । ଏହି ନିର୍ମାଣ ସମ୍ପୂର୍ଣ୍ଣ ବେଆଇନ ହୋଇଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଲିଖିତ ଅଭିଯୋଗପତ୍ରରେ ଦାବି କରିଛନ୍ତି ସତ୍ୟ ଶିବ ସୁନ୍ଦର ।

Leave a Reply

Your email address will not be published. Required fields are marked *