ବିଜେପି ସରକାରର ତୃତୀୟ ପାଳିର କ୍ୟାବିନେଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ରାଜ୍ୟସଭାରେ ଗୃହର ନେତା କରାଯାଇଛି । ଚଳିତ ବର୍ଷ ଲୋକ ସଭା ନିର୍ବାଚନେି ବିଜୟୀ ହୋଇଥିବା ଏମପିମାନେ ସୋମବାର ୧୮ତମ ଲୋକ ସଭାର ପ୍ରଥମ ସଂସଦ ଅଧିବେଶନରେ ଶପଥ ଗ୍ରହଣ କରିଥିଲେ। ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଏକ ବଡ ଦାୟିତ୍ୱ ଦିଆଯାଇଛି। ପିୟୂସ ଗୋଏଲଙ୍କ ସ୍ଥାନରେ ରାଜ୍ୟସଭାର ନେତା ଭାବେ ନଡ୍ଡାଙ୍କୁ ନିର୍ବାଚିତ କରାଯାଇଛି।

ଚଳିତ ମାସ ପ୍ରାରମ୍ଭରେ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ବ୍ୟତୀତ ତାଙ୍କୁ ରସାୟନ ଓ ସାର ମନ୍ତ୍ରଣାଳୟ ଦାୟିତ୍ୱ ମଧ୍ୟ ଦିଆଯାଇଛି।

Leave a Reply

Your email address will not be published. Required fields are marked *