ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ସଭାମଞ୍ଚରୁ ରାଜ୍ୟ ସରକାରଙ୍କୁ ଓଡିଶାରେ ବିଜେପି ଓ ବିଜେଡି ଏକ ହୋଇଛନ୍ତି । ଦୁଇ ଦଳର ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ସ୍ୱାର୍ଥ ଓ ବିକାଶ କାମ ବାଟବଣା ହେଉଛି ।

ଦେଶର ୪ଟି ପର୍ଯ୍ୟାୟ ମତଦାନ ପରେ ଏନଡିଏ ବ୍ୟାକଫୁଟକୁ ଚାଲିଯାଇଛି । ବାଲେଶ୍ୱରର ସାଂସଦ ଶ୍ରୀକାନ୍ତ ଜେନା ଥିବା ସମୟରେ ଅଞ୍ଚଳରେ ବିକାଶ ହୋଇଥିଲା । କିନ୍ତୁ ଗତ ୧୦ ବର୍ଷ ହେଲା ବାଲେଶ୍ୱରର ବିକାଶ କାମ ଠପ୍ ହୋଇପଡିଛି । ତେଣୁ ଏଥର କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଓ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ସେ ଭୋଟରଙ୍କୁ ଅପିଲ କରିଛନ୍ତି ସଚିନ ପାଇଲଟ ।

Leave a Reply

Your email address will not be published. Required fields are marked *